ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଦେଶରେ ଦୋଷୀଙ୍କୁ ସବୁବେଳେ ଭିନ୍ନ ଭିନ୍ନ ରକମର ଦଣ୍ଡ ଦେବାକୁ ବ୍ୟବସ୍ଥା ହୋଇଛି। କେଉଁଠି ଜେଲଦଣ୍ଡ ତ, କେଉଁଠି ମୃତ୍ୟୁ ଦଣ୍ଡ। କେତେକ ସ୍ଥାନରେ ଅପରାଧୀମାନଙ୍କୁ ସେମାନଙ୍କର ଅପରାଧପାଇଁ ଆର୍ଥିକ ଦଣ୍ଡ ମଧ୍ୟ ଦିଆଯାଏ। ଦୋଷୀମାନଙ୍କୁ ଚର୍ଚ୍ଚ ଯିବାକୁ  ଏବଂ କାର୍ଟୁନ ଦେଖିବାକୁ ଯିବା ଭଳି ଦଣ୍ଡ ମିଳିଥିବା ଆପଣ କେବେ ଶୁଣିନଥିବେ।

ଆମେରିକାର ମିସୌରୀ ନାମକ ସ୍ଥାନରେ ଡେଭିଡ୍ ବେରୀ ନାମକ ଜଣେ ଲୋକ ଶହ ଶହ ସଂଖ୍ୟାରେ ହରିଣ ଶିକାର କରିଥିଲା। ଯେଉଁଥିପାଇଁ ତାଙ୍କୁ ୨୦୧୮ ମସିହାରେ କୋର୍ଟ ସଜା ଶୁଣାଇଥିଲେ। ତାଙ୍କୁ ଜେଲରେ ରହିବା ସମୟରେ ମାସକୁ ଥରେ ଗୋଟିଏ ସ୍ୱତନ୍ତ୍ର କାର୍ଟୁନଙ୍କୁ ଦେଖିବାକୁ ସଜା ଶୁଣାଯାଇଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେହିପରି ୨୦୧୧ ମସିହାରେ ଆମେରିକାର ଓକୋଲହୋମରେ ଜଣେ ଡ୍ରାଇଭର ମଦ ପିଇ ଦୁର୍ଘଟଣା କରିଥିଲେ। ଏଥିରେ ତାଙ୍କର ଜଣେ ସାଙ୍ଗ ପ୍ରାଣ ହରାଇଥିଲେ। ଏଥିପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଚର୍ଚ୍ଚ ଯିବାକୁ ଦଣ୍ଡ ଦିଆଯାଇଥିଲା।

Comment