ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାହାଘର ଭୋଜି ଖାଇ ଫେରୁଥିଲେ, ହେଲେ ଦୁର୍ଘଟଣାରେ ଚାଲି ଗଲା ଦୁଇ ବନ୍ଧୁଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ରବିବାର ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ।

ଦୁଇ ବନ୍ଧୁ ହାତିକୋଟ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ତେବେ ରାତ୍ରି ପାଖାପାଖି ୧୨ଟା ସମୟରେ ଘରକୁ ଫେରୁଥିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ତାଙ୍କର ଅନ୍ୟ ସାଙ୍ଗମାନେ ମେଡିକାଲକୁ ନେଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment