ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟାର ସ୍କ୍ରିନ ଆଓ୍ୱାର୍ଡସ ୨୦୧୯ ରବିବାର ମୁମ୍ବାଇରେ ଆୟୋଜିତ ହୋଇଥିଲା। ଏହି ଆଓ୍ୱାର୍ଡ କାର୍ଯ୍ୟକ୍ରମରେ ବଲିଉଡର ବହୁ କଳାକାର ଯୋଗ ଦେଇଥିଲେ। ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମରେ ଶ୍ରେଷ୍ଠ ଅଭିନୟ ପାଇଁ ଏଥିରେ ଷ୍ଟାରମାନଙ୍କୁ ସମ୍ମାନିତ କରାଯାଇଥିଲା।

ଖାସ କଥା ଏହି ଆଓ୍ୱାର୍ଡ କାର୍ଯ୍ୟକ୍ରମରେ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ଓ ଆଲିୟା ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ୱାର୍ଡ ମିଳିଛି। ଫିଲ୍ମ ଗଲିବୟରେ ଦମଦାର ଅଭିନୟ ପାଇଁ ତାଙ୍କୁ ଏହି ଆଓ୍ୱାର୍ଡ ମିଳିଛି। ସେହିପରି ଆୟୁଷ୍ମାନ ଖୁରାନଙ୍କ ଫିଲ୍ମ ‘ଆର୍ଟିକଲ ୧୫’ ମଧ୍ୟ ବିଭିନ୍ନ ଆଓ୍ୱାର୍ଡ ଜିତଛି।

Comment