ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲା
  • ବୁଧବାର ହେବ ଶୁଣାଣି
  • ପୋଲିସ କମିଶନର ସଜ୍ଜନାରଙ୍କ ବିରୋଧରେ ଏଫଆଇଆର ଦାବି

ହାଇଦ୍ରାବାଦରେ ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ମାମଲାର ଶୁଣାଣି କରିବାକୁ  ସୁପ୍ରିମକୋର୍ଟ ପ୍ରସ୍ତୁତ। ଆଗାମୀ ୧୧ ତାରିଖରେ ଏହି ମାମଲାର ଶୁଣାଣି କରିବେ କୋର୍ଟ। ଏନକାଉଣ୍ଟରେ ସଂପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ହୋଇଥିବା ଆବେଦନ ଶୁଣାଣି ହେବ।

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଡିସେମ୍ବର ୬ରେ ପୋଲିସ ଏନକାଉଣ୍ଟର କରି ମାରିଥିଲା।

ଏହି ମାମଲାର ତଦନ୍ତ ଏବଂ ପୋଲିସ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ଦୁଇ ବରିଷ୍ଠ ଆଇନଜୀବୀ ଜିଏସ୍‌ ମଣି ଏବଂ ପ୍ରଦୀପ କୁମାର ଯାଦବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ୨୦୧୪ରେ ଦେଇଥିବା  ଗାଇଡ଼ଲାଇନକୁ ପୋଲିସ ପାଳନ କରିନଥିବା ଦୁଇ ଓକିଲ ଦାବି କରିଥିଲେ। ଏହି ଆବେଦନର ଶୁଣାଣି କରିବେ କୋର୍ଟ।

Comment