ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଭାଇ ମୁଁ ଆଉ ବଞ୍ଚିବିନି। ଏଠି ନିଶ୍ୱାସ ନେବାବି କଷ୍ଟକର ହୋଇପଡ଼ିଛି। ମୋ ମୃତ୍ୟୁ ପରେ ମୋ ପିଲାଙ୍କୁ ସମ୍ଭାଳି ନେବ ଭାଇ‘‘, ଦିଲ୍ଲୀ ଅଗ୍ନିକାଣ୍ଡରେ ମୃତ୍ୟୁ ପୂର୍ବରୁ ଏଥିଲା ଜଣେ ଶ୍ରମିକଙ୍କ ତାଙ୍କ ଭାଇ ପାଖକୁ ଶେଷ ଫୋନ୍‌ କଲ୍।

ଏହି ଶ୍ରମିକ ଜଣକ ଥିଲେ ମୁଶାରଫ। ଯିଏ ନିଜର ପରିବାର ପୋଷଣ ପାଇଁ ଦିଲ୍ଲୀ ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡିସ୍ଥିତି ଏକ କାରଖାନାରେ କାମ କରୁଥିଲେ। ସବୁଦିନ ଭଳି ରବିବାର ଦିନବି ମୁଶାରଫ୍‌ କାରଖାନାକୁ ଯାଇଥିଲେ। ରବିବାର ଦିନ କାରଖାନାରେ କୌଣସି କାରଣରୁ ଭୟଙ୍କର ଭାବେ ନିଆଁ ଲାଗିଯାଇଥିଲା।

ନିଆଁ କବଳରୁ ବଞ୍ଚିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ମୁଶାରଫ, ହେଲେ ବର୍ତ୍ତି ପାରିନଥିଲେ। ସେ ବୁଝି ସାରିଥିଲେ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁକୁ ଅତି ପାଖରୁ ଦେଖିବି ମୁଶାରଫ ସାହସ ଜୁଟାଇ ତାଙ୍କ ଘରକୁ ଶେଷ ଥର ଲାଗି ଫୋନ କରିଥିଲେ। ଫୋନ ଯୋଗେ ଭାଇଙ୍କ ସହ କଥା ହୋଇ ତାଙ୍କ ପିଲାଙ୍କୁ ସମ୍ଭାଳି ନେବାକୁ କହିଥିଲେ। ଏହାପରେ ଆଉ ମୁଶାରଫ୍‌ଙ୍କ ସ୍ୱର ଶୁଣିବାକୁ ମିଳିନଥିଲା।

ଏହି ଭୟଙ୍କର ଅଗ୍ନିକାଣ୍ଡ ରବିବାର ସକାଳୁ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Comment