ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖଣି ନିଲାମ କାର୍ଯ୍ୟ ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଶୁକ୍ରବାର ୨୦ଟି ଖଣି ନିଲାମ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ।

ଖନନ ହୋଇଥିବା ଖଣିଜ ନେବାକୁ ୫ରୁ ୬ ମାସ ସମୟ ଲାଗିବ। ଖଣିଜ ପଦାର୍ଥକୁ ନେଇ ଶିଳ୍ପରେ କୌଣସି ଅସୁବିଧା ହେବ ନାହିଁ। ଏହାସହ ରାଜସ୍ୟ ଆଦାୟରେ ମଧ୍ୟ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ନିଲାମ ପାଇବା ମାତ୍ରେ ସଂପୃକ୍ତ ସଂସ୍ଥା କେନ୍ଦ୍ର ସରକାରଙ୍କଠାରୁ ପରିବେଶ ଅନୁମତି ଆଣିବେ।

ଯୋଗ୍ୟ ସଂସ୍ଥା ଗୁଡ଼ିକ ଏହି ଖଣି ନିଲାମରେ ଭାଗ ନେଇପାରିବେ। ନିଲାମରେ ଭାଗ ନେବା ଯୋଗ୍ୟତା, ଆବେଦନ ସଂକ୍ରାନ୍ତ ତାରିଖ ଓ ସମୟ ଟେଣ୍ଡର ଦସ୍ତାବିଜ୍‌ରେ ରହିଛି। ଏ ନେଇ ଅଧିକ ତଥ୍ୟ ଏମ୍‌ଏସ୍‌ଟିସି ଲିମିଟେଡ୍‌ ୱେବସାଇଟ୍‌ରୁ ଡାଉନଲୋଡ଼ କରାଯାଇ ପାରିବ। ଆଗ୍ରହୀ ଏବଂ ଯୋଗ୍ୟ ନିଲାମ ଡ଼କାଳୀମାନେ ଏମ୍‌ଏସ୍‌ଟିସି ଲିମିଟେଡ୍‌ର ୱେବସାଇଟ୍‌ରେ ପଞ୍ଜିକରଣ କରିପାରିବେ।

ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ୪୦ଟି ଖଣିର ନିଲାମ ପାଇଁ ସରକାର ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ କିଛି କମ୍ପାନି ଏଥିରେ ଘୋଟାଲା କରିଥିବା ବିଷୟରେ ଅନ୍ୟ କମ୍ପାନିଗୁଡ଼ିକ ଅଭିଯୋଗ କରିଥିଲେ। ଫଳରେ ସରକାର ୪୦ ଯାକ ଖଣିର ନିଲାମକୁ ବାତିଲ କରିଦେଇଥିଲେ। ଏଥିସହିତ ୨୦ଟି ଖଣିର ନିଲାମ ଡିସେମ୍ବର ୬ ତାରିଖରେ କରିଥିଲେ।

Comment