ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୮ ବର୍ଷ ପରେ ରାଜସ୍ଥାନର ଜୟପୁରର ୬ ବର୍ଷୀୟା ନାବାଳିକାକୁ ମିଳିଲା ନ୍ୟାୟ। ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି।।

୨୦୧୧ ମେ’ ୨୧ରେ ୬ ବର୍ଷୀୟ ନାବାଳିକାର ପିତାମାତା କାମ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଧର୍ମେନ୍ଦ୍ର ନାମକ ଯୁବକ ତାଙ୍କ ଘରେ ପଶି ଏହି ଦୁଷ୍କର୍ମ କରିଥିଲା। ଏହାପରେ ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହି ଘଟଣା ପରେ ନାବାଳିକାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥିଲେ।

ସମସ୍ତ ତଥ୍ୟ, ପ୍ରମାଣ ଓ ସାକ୍ଷୀକୁ ଅଧାରକରି ବିଚାରପତି ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

Comment