ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପିଜି ପାଠ୍ୟକ୍ରମ ପାଇଁ ଗୋଟିଏ ଦିନରେ ହେବ ପ୍ରବେଶିକା ପରୀକ୍ଷା। ଏହାସହ ଜୁନ୍‌ ୧୫ ସୁଦ୍ଧା ସବୁ ବିଶ୍ଵବିଦ୍ୟାଳୟରେ +୩ ପରୀକ୍ଷା ଫଳ ପ୍ରକାଶ ପାଇବ। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବିଶ୍ଵବିଦ୍ୟାଳୟ କୁଳପତି ସମ୍ମିଳନୀରେ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ପୂର୍ବରୁ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ପରୀକ୍ଷା ପାଇଁ ସମସ୍ତ ପ୍ରକ୍ରିୟା ମଧ୍ୟ ଶେଷ ହୋଇଯାଇଥିଲା। ହେଲେ ସାଧାରଣ ନିର୍ବାଚନ ଥିବାରୁ ୧୧ଟି ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ବାହାରି ପାରିନଥିଲା। ଫଳରେ ଏହାକୁ ବନ୍ଦ ରଖାଯାଇଥିଲା।

ପରେ ଏକକ ପ୍ରବେଶିକା ପରୀକ୍ଷା ୨୦୨୦ରେ କରାଯିବ ବୋଲି ଘୋଷଣା ହୋଇଥିଲା। ଏନେଇ ଆଜି ବିଶ୍ଵବିଦ୍ୟାଳୟ କୁଳପତିଙ୍କ ବୈଠକ ପରେ ଏହା ସ୍ପଷ୍ଟ କରାଯାଇଛି।

Comment