ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଖୁବଶୀଘ୍ର ଖୋଲିବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ। ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସୂଚନା ଦେଇଛନ୍ତି।

୪୫ଟି ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟରୁ ୨୧ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ। ଅନ୍ୟ ୨୪ଟିରେ ପକ୍‌ସୋ ମାମଲାର ବିଚାର ହେବ। ଏହି କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବ।

ସେହିପରି ହାଇକୋର୍ଟରେ ଖାଲି ପଡ଼ିଥିବା ୧୪ଟି ବିଚାରପତି ପଦବୀକୁ ଖୁବଶୀଘ୍ର ପୂରଣ କରାଯିବ। ତୁରନ୍ତ ଏହି ପଦବୀ ପୂରଣ କରାଯାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Comment