ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ରୋର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସାଟେଲାଇଟ୍‌ର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ବୁଧବାର ଦିନ ୩ଟା ୨୫ରେ ଏହି ସାଟେଲାଇଟ ଲଞ୍ଚ ହେବ। ଏହାର ନାଁ RISAT-2 BR1। ଆଜିଟାରୁ ଏହାର କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ବର୍ତ୍ତମାନ ସାରା ଦେଶ ଏହାର ଲଞ୍ଚକୁ ଅପେକ୍ଷା କରିଛି।

ଏହା ମହାକାଶରେ ପହଞ୍ଚିବା ପରେ ଭାରତର ଶକ୍ତି ପୂର୍ବ ଅପେକ୍ଷା ଅଧିକ ହୋଇଯିବ। ଏହାସହ ଶତ୍ରୁଙ୍କ ଉପରେ ମଧ୍ୟ ନଜର ରଖିବା ସହଜ ହୋଇଯିବ। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ଦ୍ଵୀପରେ ଥିବା ସତୀଶ ଧଓ୍ଵନ ସ୍ପେସ୍‌ ସେଣ୍ଟରରୁ ଲଞ୍ଚ ହେବ।

ଗତ ନଭେମ୍ଵର ୨୯ ତାରିଖରେ ଇସ୍ରୋ ମହାକାଶକୁ ଉପଗ୍ରହଣ ଉତକ୍ଷେପଣ କରିବାରେ ନୂଆ ସଫଳତା ହାସଲ କରିଥିଲା। ଭାରତ ସହ ୮ଟି ଦେଶର ୩୦ଟି ମାଇକ୍ରୋ ଓ ନାନୋ ସାଟେଲାଇଟକୁ ସଫଳତାର ସହ ଅନ୍ତରୀକ୍ଷକୁ ଉତକ୍ଷେପଣ କରିଥିଲା ଇସ୍ରୋ।

Comment