ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକର ଟ୍ରେଲର ଆଜି ରିଲିଜ ହେବ। ମେଘନା ଗୁଲଜରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ଦର୍ଶକ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ମେଘନା ପୂର୍ବରୁ ‘ରାଜି’ ଭଳି ସପୁରହିଟ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

ସେହିପରି ବିବାହ ପରେ ଦୀପିକାଙ୍କର ଏହା ପ୍ରଥମ ଫିଲ୍ମ। ଶେଷ ଥର ପାଇଁ ଦୀପିକା ସଞ୍ଜୟଲୀଳା ଭଂସାଲିଙ୍କ ଫିଲ୍ମ ପଦ୍ମାବତରେ ଦେଖାଯାଇଥିଲେ।

ଫିଲ୍ମରେ ଦୀପିକା ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ଲକ୍ଷ୍ମୀଙ୍କ ଜୀବନ ଉପରେ ଆଧାରିତ ହୋଇଛି। ଏଥିରେ ଦୀପିକାଙ୍କ ଲୁକ୍‌ ବି ଜବରଦସ୍ତ ରହିଛି।

Comment