ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସରକାରୀ ଚାକିରିଆ ଛୁଟିରେ ରହିଲେ ଅନ୍‌ଲାଇନ୍‌ରେ ଦେବେ ଛୁଟି ଦରଖାସ୍ତ। ନୂଆ ବର୍ଷରୁ ସରକାରୀ ଚାକିରିଆଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି।

ଅଧିକାରୀମାନେ ଏଚ୍‌ଆର୍‌ଏମ୍‌ଏସ୍‌ରେ ସେମାନଙ୍କ ଛୁଟି ଦରଖାସ୍ତ ଦେବେ। ଏପରିକି ଛୁଟି ମଞ୍ଜୁର କରୁଥିବା ଅଧିକାରୀ ଅନ୍‌ଲାଇନ୍‌ରେ ଅର୍ଥାତ୍‌ ଏଚ୍‌ଆର୍‌ଏମ୍‌ଏସ୍‌ରେ ଛୁଟି ମଞ୍ଜୁର କରିବେ। କେଉଁ ଅଧିକାରୀ କେତେ ଦିନ ଛୁଟି ନେଲେ ଏହାର ସବିଶେଷ ବିବରଣୀ ଏଚ୍‌ଆର୍‌ଏମ୍‌ଏସ୍‌ରେ ରହିବ।

୩୧ ମାର୍ଚ୍ଚ, ୨୦୨୦ଠାରୁ ଯେଉଁ ଅଧିକାରୀ ଯେଉଁ ଦିନ ଅବସର ନେବେ, ତାଙ୍କୁ ସେହିଦିନ ପେନ୍‌ସନ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର। ଏଥିପାଇଁ ଅନ୍‌ଲାଇନ୍‌ରେ ପେନ୍‌ସନ୍‌ ମଡ୍ୟୁଲ ପ୍ରସ୍ତୁତ ହୋଇଛି।

Comment