ଓଡ଼ିଶାଲାଇଭ ବ୍ୟୁରୋ

ସୁସ୍ଥ ରହିବା ପାଇଁ ଶୀତଦିନେ ପ୍ରତିଦିନ କିଛି ସମୟ ସୂର୍ଯ୍ୟ କିରଣରେ ଛିଡ଼ା ହେବା ନିହାତି ଜରୁରୀ। ସୂର୍ଯ୍ୟ କିରଣରୁ ମିଳିଥିବା ଭିଟାମିନ ଡି ଶରୀରକୁ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିସହ ଶରୀରରେ ଭିଟାମିନ ଡି’ର ସ୍ତର ବୃଦ୍ଧି ପାଇଥାଏ।

ଏମିତିକି ସକାଳ ଖରାରେ ଚାଲିବାକୁ ଡାକ୍ତର ବି ପରାମର୍ଶ ଦେଇଥାନ୍ତି। ଏହା ଆମ ଶରୀରର ଅନେକ ପ୍ରକାରର ରୋଗକୁ ଦୂର କରିବାରେ ସାହାଯ୍ୟ କରେ।

ପ୍ରତିଦିନ ସକାଳୁ କମ୍‌ ସେ କମ ୫ ମିନିଟ୍‌ ସୂର୍ଯ୍ୟ କିରଣରେ ବିତାନ୍ତୁ। ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ସୂର୍ଯ୍ୟ କିରଣରେ ଛିଡ଼ା ହେବା ଦ୍ୱାରା ହଜମ ପ୍ରକିୟା ସକ୍ରିୟ ହୋଇଥାଏ।

ସୂର୍ଯ୍ୟକିରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Comment