ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝିଅର ପ୍ରେମ ସମ୍ପର୍କ ଯୋଗୁଁ ଝିଅକୁ ହତ୍ୟା କଲା ବାପା। ପରେ ଖଣ୍ଡଖଣ୍ଡ କରି କାଟି ସୁଟକେସରେ ପୁରାଇ ଫୋପାଡ଼ିଦେଲା।

ପ୍ରେମ ହେଲା କାଳ। ପ୍ରେମ ଜନିତ କାରଣରୁ ନିଜ ଝିଅକୁ ହତ୍ୟା କଲା ବାପା। ଏତିକିରେ ମନ ଶାନ୍ତି ହୋଇନଥିଲା ଯେ, ହତ୍ୟା ପରେ ଝିଅର ଶବକୁ ଲୁଚାଇବାକୁ ୫ ଖଣ୍ଡ କରି କାଟି ପକାଇଥିଲା। ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ମୁମ୍ଵାଇର ଥାଣେ ଅଞ୍ଚଳରେ। ପରେ ଶବକୁ ଏକ ସ୍ଥାନରେ ଛାଡ଼ି ଦେଇ ପଳାଇବା ପରେ ପୋଲିସ ଏହାକୁ ଜବତ କରିଛି। ଏହାସହ ସିସିଟିଭି ଫୁଟେଜ ଦ୍ଵାରା ଏହାର ପର୍ଦ୍ଦାଫାସ କରିଛି।

ରବିବାର ଏକ ଅଟୋରୁ ସନ୍ଦିଗ୍ଧ ଭାବେ ଏକ ସୁଟକେସ ଉଦ୍ଧାର କରାଯାଇଥିଲା। ସୁଟକେସରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଅଟୋ ଡ୍ରାଇଭର ଜଣକ ଏନେଇ ପୋଲିସକୁ ଖବର ଦେଇଥିଲେ। ତେବେ ଜଣେ ବ୍ୟକ୍ତି ଏହି ସୁଟକେସକୁ ଅଟୋରେ ଛାଡ଼ି ପଳାଇଥିବା ଅଟୋ ଡ୍ରାଇଭର ପୋଲିସକୁ କହିଥିଲେ। ପରେ ପୋଲିସ ସୁଟକେସ ଖୋଲିବା ପରେ ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶବ ମିଳିଥିଲା।

ଅଟୋ ଡ୍ରାଇଭର ବୟାନ ଆଧାରରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ପୋଲିସ ଅନ୍ଧେରୀରେ ଥିବା ଏକ ଲଜିଷ୍ଟ ଫାର୍ମରେ କାମ କରୁଥିବା ଅରବିନ୍ଦ ତିଓ୍ଵାରୀଙ୍କ ସମ୍ପର୍କରେ ସୂଚନା ପାଇଥିଲା।

ଅରବିନ୍ଦକୁ ପଚରାଉଚରା ପରେ ଘଟଣା ଉପରୁ ପରଦା ଉଠାଇଥିଲା ପୋଲିସ। ନିଜ ୨୨ ବର୍ଷିୟ ଝିଅକୁ ହତ୍ୟା କରିଥିବା ସ୍ଵିକାର କରିଥିଲେ ଅରବିନ୍ଦ। ତାଙ୍କ ଝିଅ ଜଣେ ପୁଅକୁ ଭଲ ପାଉଥିଲେ। ଏହାକୁ ଅରବିନ୍ଦ ବାରଣ କରିବା ସତ୍ତ୍ଵେ ତାଙ୍କ ଝିଅ ମାନିନଥିଲେ। ଶେଷରେ ସେ ଏହି ହତ୍ୟାକାଣ୍ଡ କରିଥିଲେ।

ହତ୍ୟା ପରେ ଶବକୁ ଲୁଚାଇବାକୁ ତାକୁ ୫ ଖଣ୍ଡ କରି କାଟି ସୁଟକେସରେ ପୁରାଇ ଫୋପାଡ଼ିବାକୁ ନେଇ ଯାଇଥିଲେ। ସେ ଅଟୋରେ ଯିବା ବେଳେ ସୁଟକେସରୁ ଦୁର୍ଗନ୍ଧ ବାହାରିବାରୁ ଅଟୋବାଲା ଅରବିନ୍ଦକୁ ପ୍ରଶ୍ନ କରିଥିଲେ। ଫଳରେ ଅରବିନ୍ଦ ଡରି ଯାଇ ସେଠାରେ ସୁଟକେସ ଛାଡ଼ି ଫେରାର ହୋଇଯାଇଥିଲେ। ଏହାପରେ ପରିଚୟ ଲୁଚାଇବାକୁ ଏକ ଶୌଚାଳୟକୁ ଯାଇ ନିଜ ସାର୍ଟ ବଦଳାଇଥିବା ପୋଲିସ ଆଗରେ ମାନିଥିଲେ।

Comment