ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଜଣେ ଓଡ଼ିଆ ଯୁବତୀ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ମିସେସ୍‌ ଇଣ୍ଡିଆ ୟୁନିଭର୍ସ-୨୦୧୯ର ଗ୍ରାଣ୍ଡ ଫିନାଲେରେ ପ୍ଲାଟିନମ୍‌ ବର୍ଗରେ ଓଡ଼ିଆ ଯୁବତୀ ସୋନାଲି ରାଜ ମହାନ୍ତି ମିସେସ୍‌ ଇଣ୍ଡିଆ ୟୁନିଭର୍ସ ଓ୍ଵାର୍ଲଡର ଟାଇଟଲ ଜିତିଛନ୍ତି।

ତୁଷାର ଧରିଓ୍ଵାଲ ଓ ଅର୍ଚ୍ଚନା ତୋମାରଙ୍କ ଦ୍ୱାରା ମରିସସ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ପ୍ରତିଯୋଗୀମାନଙ୍କ ଦକ୍ଷତା ବଲିଉଡ ତଥା ଫ୍ୟାସନ୍‌ ଜଗତର ନାମୀଦାମୀ ବିଚାରପତିମାନେ ବିଚାର କରିଥିଲେ। ସୋନାଲି ଜଣେ ନୃତ୍ୟଶିଳ୍ପୀ। ପ୍ରତିଦିନ ବ୍ୟାୟାମ ଓ ଯୋଗ କରିବା ତାଙ୍କୁ ଏହି ପ୍ରତିଯୋଗିତାରେ ସହଯୋଗ କରିଥିଲା।

ଆଗାମୀ ଦିନରେ ସୋନାଲି ଅନ୍ତର୍ଜାତୀୟସ୍ତରରେ ମିସେସ୍‌ ଇଣ୍ଡିଆ ୟୁନିଭର୍ସ ଭାଗ ନେବା ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି।

Comment