ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେ କେମିତି ରଙ୍ଗ ବଦଳାନ୍ତି ଏବେ ଦେଖିଲି।

ମହାରାଷ୍ଟ୍ରରେ ହାଇଭୋଲ୍‌ଟେଜ୍‌ ଡ୍ରାମା ପରେ ଏବେ ଶିବସେନା ବିଜେପି ସାଙ୍ଗରେ ନାଟକବାଜି ଆରମ୍ଭ କରିଛି। ନାଗରିକତା ସଂଶୋଧନ ବିଲ୍‌କୁ ଶିବସେନା ସାଂସଦମାନେ ଲୋକସଭାରେ ସମର୍ଥନ କରିଥିବା ବେଳେ ରାଜ୍ୟସଭାରେ ବିରୋଧ କରିଛନ୍ତି। ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଶିବସେନାକୁ ଟାର୍ଗେଟ୍‌ କରି କହିଛନ୍ତି, “ରାତାରାତି ଲୋକେ କେମିତି ରଙ୍ଗ ବଦଳାଇପାରନ୍ତି ତାହା ଦେଖିବାକୁ ମିଳିଛି।”

ବୁଧବାର କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ରାଜ୍ୟସଭାରେ ଉପସ୍ଥାପନା କରିଛନ୍ତି। ଦୀର୍ଘ ସମୟ ଧରି ଚର୍ଚ୍ଚା ହେବା ପରେ ବର୍ତ୍ତମାନ ବିଲ୍‌କୁ ନେଇ ରାଜ୍ୟସଭାରେ ଭୋଟିଂ ଆରମ୍ଭ ହୋଇଛି। ତେବେ ଏହି ଭୋଟିଂରେ ସାମିଲ ହେଲାନି ଉଦ୍ଧବ ଠାକ୍‌ରେଙ୍କ ଶିବସେନା।

ରାଜ୍ୟସଭାରେ ନାଗରିକତା ବିଲ୍‌କୁ ବିରୋଧ କରିବାରୁ ଗୃହମନ୍ତ୍ରୀ ଅମିତ ଶାହା ଶିବସେନାକୁ ଟାର୍ଗେଟ୍‌ କରିଛନ୍ତି। ଅମିତ ଶାହା କହିଛନ୍ତି, “ଲୋକେ ଗାଦିକୁ ଆସିବା ପରେ କେମିତି ରଙ୍ଗ ବଦଳାନ୍ତି ତାହା ଦେଖିବାକୁ ମିଳିଛି। ଶିବସେନା ଲୋକସଭାରେ ବିଲ୍‌କୁ ସମର୍ଥନ କରିଥିଲା। ତେବେ ରାତାରାତି ଏମିତି କ’ଣ ଘଟିଲା ଯେ, ଶିବସେନା ଏବେ ଏହାକୁ ବିରୋଧ କରୁଛି।”

Comment