ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ବାୟୋପିକ ଧାରା ଚାଲିଥିଲା ବେଳେ ୨୦୨୦ରେ ବଲିଉଡରେ କ୍ରିକେଟର ଯାଦୁ ଦେଖିବାକୁ ମିଳିବ। କାରଣ ୨୦୨୦ରେ ଏମିତି କିଛି ଫିଲ୍ମ ରିଲିଜ ହେବାକୁ ଯାଉଛି ଯାହା କ୍ରିକେଟ ଉପରେ ଆଧାରିତ। ଏହି ଫିଲ୍ମ ଭିତରେ ରଣବୀର ସିଂହଙ୍କ ଫିଲ୍ମ ‘୮୩’, ସାହିଦ କପୁରଙ୍କ ଫିଲ୍ମ ଜର୍ସି, ତାପସୀ ପନ୍ନୁଙ୍କର ଏକ ଫିଲ୍ମ ରହିଛି।

୮୩

୧୯୮୩ ମସିହ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି। ଟିମ୍‌ ଇଣ୍ଡିଆର ତତ୍କାଳୀନ କ୍ୟାପଟେନ କପିଳ ଦେବଙ୍କ ଭୂମିକାରେ ରଣବୀର ଅଭିନୟ କରୁଛନ୍ତି।

ଜର୍ସି

ସାହିଦଙ୍କ ଅଭିନୀତ ଫିଲ୍ମ ଜର୍ସି ବି ୨୦୨୦ରେ ରିଲିଜ ହେବ। ଏହା ହେଉଛି ଏକ ତେଲୁଗୁ ଫିଲ୍ମର ରିମେକ।

ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କୁ ନେଇ ମଧ୍ୟ ଏକ ଫିଲ୍ମ ୨୦୨୦ରେ ହିଁ ରିଲିଜ ହେବ। ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁ ମିତାଲିଙ୍କ ଭୂମିକାରେ ଅଭିନୟ କରିବେ। ସେହିପରି ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ଅବସରରେ ଗଡ୍‌ ଅଫ୍‌ କ୍ରିକେଟ ନାଁରେ ଆଉ ଏକ ଫିଲ୍ମ ରିଲିଜ ହେବ।

Comment