ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ଵର ୧୭ରେ ନିର୍ଭୟା ମାମଲାରେ ଜଣେ ଦୋଷୀର ରିଭ୍ୟୁ ପିଟିସନ୍‌ ଉପରେ ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ। ଦୋଷୀ ଅକ୍ଷୟ କୁମାର ସିଂହ ଡିସେମ୍ଵର ୧୦ ତାରିଖରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲା। ସୁପ୍ରିମ୍‌କୋର୍ଟର ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ।

ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟ ଦୋଷୀ ବିନୟ, ପବନ ଓ ମୁକେଶର ରିଭ୍ୟୁ ପିଟିସନ୍‌କୁ ଖାରଜ କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମ୍‌କୋର୍ଟ ସମସ୍ତ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି।

ଗତ କିଛି ଦିନ ତଳେ ଦୋଷୀ ବିନୟ ଶର୍ମା ମଧ୍ୟ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଗୃହ ମନ୍ତ୍ରାଳୟ ଏହି ଆବେଦନକୁ ରାଷ୍ଟ୍ରପତିଙ୍କ ପାଖରୁ ପଠାଇଦେଇଥିଲା। ତେବେ ଏହାର ଗୋଟିଏ ଦିନପରେ ସେ ହଠାତ୍ ତାଙ୍କର କ୍ଷମା ଆବେଦନକୁ ଫେରେଇ ଆଣିବାକୁ ଦାବି କରିଥିଲା।

୨୦୧୨ରେ ଦିଲ୍ଲୀରେ ଗୋଟିଏ ଚଳନ୍ତା ବସରେ ଏହି ଦୋଷୀମାନେ ଗୋଟିଏ ୨୩ ବର୍ଷୀୟ ଝିଅର ଗଣଦୁଷ୍କର୍ମ କରିଥିଲେ। ପୋଲିସ ଏଥିରେ ମୋଟ ୬ ଜଣ ଦୋଷୀଙ୍କୁ ଗିରଫ କରିଥିଲା। ସେମାନଙ୍କ ଭିତରୁ ଜଣେ ନାବାଳକ ଅପରାଧୀକୁ ୧୮ବର୍ଷ ହେବା ପରେ ତାକୁ ଛାଡ଼ି ଦିଆଯାଇଥିଲେ। ଅନ୍ୟଜଣେ ଦୋଷୀ ତିହାର ଜେଲରେ ହିଁ ଆତ୍ମହତ୍ୟା କରିଥିଲେ। ବାକି ଥିବା ଆଉ ୪ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି।

Comment