ଓଡ଼ିଶାଲାଇଭ୍ ବ୍ୟୁରୋ

5-T ଅଧୀନକୁ ଆସିଲା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ। ଏନେଇ ଯୋଜନା ଏବଂ ସଂଯୋଜନା ବିଭାଗକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି ଲେଖି ସୂଚନା ଦିଆଯାଇଛି।

ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ୧୭ଟି ଆକ୍ସନ ପ୍ଲାନ ସହ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିଛି। ଉଚ୍ଚଶିକ୍ଷା ବିଭାଗ 5-T ଅଧୀନକୁ ଆସିବା ପରେ ସ୍କଲାରସିପ ପରିଷଦ ଗଠନ କରାଯିବ। ଏହାସହ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ବାୟୋମେଟ୍ରିକ ଉପସ୍ଥାନ ଓ କଲେଜରେ ୭ ଘଣ୍ଟା ରହିବାର ନିୟମକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ।ସେହିପରି ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅତିକମରେ ୭୫ ପ୍ରତିଶତ ଉପସ୍ଥାନ ରଖିବାକୁ ପଡ଼ିବ। ନଚେତ୍ ପିଲାମାନେ ପରୀକ୍ଷା ଦେଇପାରିବେନି ବୋଲି ଆକ୍ସନ ପ୍ଲାନରେ ନିୟମ ରଖାଯାଇଛି।

ଏହି ଆକ୍ସନ ପ୍ଲାନରେ ବ୍ଲକ ଓ ଜିଲ୍ଲାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଲାପଟପ୍ ବାଣ୍ଟିବାକୁ ଯୋଜନା କରାଯାଇଛି। ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ପାଇଁ ଏକକ ଟ୍ରାନ୍ସଫର ପଲିସିକୁ ମଧ୍ୟ ଆକ୍ସନ ପ୍ଲାନରେ ରଖାଯାଇଛି।

Comment