ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ବିଲ୍‌କୁ(ସିଏବି) ବିରୋଧ କରି ଉତ୍ତର-ପୂର୍ବ ଭାରତରେ ନିଆଁ। ବିଶେଷ କରି ଆସାମ୍‌ରେ ବିଲ୍‌କୁ ବିରୋଧ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ନିଆଁ ଜଳିବା ସହ ସୁରକ୍ଷାକର୍ମୀଙ୍କ ଲାଠିଚାର୍ଜ କରାଯାଉଛି। ତେବେ ନିଜ ଜନ୍ମମାଟିର ଏଭଳି ଅବସ୍ଥା ଦେଖି ଦୁଃଖ ପ୍ରକାଶ କହିଛନ୍ତି ବଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ପାପୋନ୍‌।

ଆସାମର ଅବସ୍ଥା ଦେଖି ଆଗକୁ ଦିଲ୍ଲୀରେ ହେବାକୁ ଥିବା ମ୍ୟୁଜିକ୍‌ କନ୍‌ସର୍ଟକୁ ବାତିଲ କରିଦେଇଛନ୍ତି ପାପୋନ୍‌। ଏନେଇ ସେ ଟୁଇଟ୍‌ କରି ଦିଲ୍ଲୀବାସୀଙ୍କ କ୍ଷମା ମାଗିଛନ୍ତି। ନିଜ ଜନ୍ମମାଟି ଆସାମର ଦୁଃଖକୁ ସହି ନପାରି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ପାପୋନ୍‌ ଟୁଇଟ୍‌ କରି ଲେଖିଛନ୍ତି, “ମୋ ଆସାମ୍‌ ଜଳୁଛି। ରାଜ୍ୟର ଲୋକମାନେ କାନ୍ଦୁଛନ୍ତି। ବର୍ତ୍ତମାନ ସେଠାରେ ସରକାର କର୍ଫ୍ୟୁ ଲଗାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ମୁଁ କନ୍‌ସର୍ଟ କରିବା ପରିସ୍ଥିତିରେ ନାହିଁ।”

ନାଗରିକତା ସଂଶୋଧନ ବିଲ୍‌ ଲୋକସଭା ଏବଂ ରାଜ୍ୟସଭାରେ ପାସ୍‌ ହେବା ପରେ ଆସାମରେ ଏହାକୁ ଜୋର୍‌ଦାର ବିରୋଧ କରାଯାଇଛି। ଆସାମ ସମେତ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବ ଭାରତର ଏହାକୁ ବିରୋଧ କରିଛନ୍ତି। ଲୋକେ ରାଜରାସ୍ତାକୁ ଓହ୍ଲାଇ ନିଆଁ ଜାଳି ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରୁଛନ୍ତି। ଫଳରେ ସରକାର ଆସାମରେ କର୍ଫ୍ୟୁ ଲଗାଇବା ସହ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦେଇଛନ୍ତି।

Comment