ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ନଭେମ୍ବରରେ ମାସରେ Realme X2 Pro ଲଞ୍ଚ୍‌ ହେବା ସମୟରେ କମ୍ପାନି ପକ୍ଷରୁ କୁହାଯାଇଥିଲା କି, ଡିସେମ୍ବର ମାସରେ Realme XT 730G ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରାଯିବ। ତେବେ ଆସନ୍ତା ଡିସେମ୍ବର ୧୭ରେ ଏହି ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌ ହେବ।

Realme XT 730G ସ୍ମାର୍ଟଫୋନ ଆସନ୍ତା ଡିସେମ୍ବର ୧୭ରେ ଲଞ୍ଚ୍‌ ହେବା ନେଇ ପ୍ରକାଶ ପାଇଛି। ସୂଚନା ମୂତାବିକ, ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନର ମୂଲ୍ୟ ପାଖାପାଖି ୧୭ ହଜାର ଟଙ୍କା ରହିବ। ଗତ ସେପ୍ଟେମ୍ବର ମାସରେ ଏହି ସ୍ମାର୍ଟଫୋନ ଚୀନ୍‌ରେ ଲଞ୍ଚ୍‌ ହୋଇଥିଲା।

ଏହି ସ୍ମାର୍ଟଫୋନ୍‌ରେ ୬.୪ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡି ପ୍ଲସ(୨୩୪୦x୧୦୮୦ ପିକ୍ସେଲ) ସୁପର ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୮ଜିବି ରାମ୍‌ ଏବଂ ୧୨୮ ଷ୍ଟୋରେଜ ସହ କ୍ୱାଲକମ୍‌ ସ୍ନାପଡ୍ରାଗନ ୭୩୦ଜି ପ୍ରୋସେସର ଦିଆଯାଇଛି। ଏଥିରେ ସ୍ମାର୍ଟଫୋନ୍‌ରେ ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି।

Comment