ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଶୀଘ୍ର ଫାଶୀ ଆବେଦନର ଶୁଣାଣୀ ଘୁଞ୍ଚାଇଛନ୍ତି ଦିଲ୍ଲୀ ପଟିଆଲ ହାଉସ କୋର୍ଟ। ଆସନ୍ତା ୧୮ରେ ପଟିଆଲା ହାଉସ୍ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।

ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ପାଇଁ ନିର୍ଭୟାଙ୍କ ପରିବାର ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ। ସେପଟେ ଦୋଷୀ ଅକ୍ଷୟ ସିଂ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଡିସେମ୍ବର ୧୭ରେ ଏହି ମାମଲାର ଶୁଣାଣୀ କରିବେ। ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନର ରାୟ ଆସିବା ଯାଏଁ ଫାଶୀ ଆବେଦନର ଶୁଣାଣୀ ଘୁଞ୍ଚାଇଛନ୍ତି ପଟିଆଲା ହାଉସକୋର୍ଟ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦୋଷୀଙ୍କୁ କେବେ ଫାଶୀଦଣ୍ଡ ଦିଆଯିବ ଏନେଇ ଶୁଣାଣି କରିବେ ଦିଲ୍ଲି ପଟିଆଲା ହାଉସକୋର୍ଟ।

Comment