ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭୁବନେଶ୍ଵର ସମେତ କଟକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସେବା ବନ୍ଦ ରହିବ।

ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଛଅ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍‌ ସେବା। ସେସୁ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସମେତ କଟକ, ଢ଼େଙ୍କାନାଳ ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରାମତି କାମ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ।

ଭୁବନେଶ୍ୱରର ଖଣ୍ଡଗିରି, ଭରତପୁର, ବାଙ୍କୁଆଳ, ବାସୁଆଘାଇ,ଟଙ୍କପାଣି ରୋଡ୍ ଓ ଜଗନ୍ନାଥ କଲୋନୀ ଅଞ୍ଚଳରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି ଭୁବନେଶ୍ୱରର କଳ୍ପନା-୧ ଅଞ୍ଚଳର ଲୋକମାନେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେବେ।
ସେହିପରି କଟକର ଟାଉନ୍ ହଲ, ହରିପୁର, ପିଠାପୁର, ଦୋଳମୁଣ୍ଡାଇ ଆଦି ଅଞ୍ଚଳରେ ସକାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଏବଂ ନିଆଳି ଅଞ୍ଚଳରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି କଟକର ବାଲିକୁଦା ଅଞ୍ଚଳରେ ବିଦ୍ୟୁତ ସେବା ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଢେଙ୍କାନାଳ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଶୁକ୍ରବାର ବିଦ୍ୟୁତ ସେବା ବନ୍ଦ ରହିବ। ଢ଼େଙ୍କାନାଳ ଜିଲ୍ଲା ଭୁବନ, କାମାକ୍ଷାନଗର, ମଠକରଗୋଳା ଅଞ୍ଚଳର ବିଦ୍ୟୁତ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ଗୋଣ୍ଡିଆ, ହିନ୍ଦୋଳ ରୋଡ, ଯୋରନ୍ଦା, ନିହାଲପ୍ରସାଦ ଅଞ୍ଚଳରେ ବିଦ୍ୟୁତ ସେବା ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ପୁରୀ ଜିଲ୍ଲାର ବାଲିଦୋକାନ, ଦାସବାଟିଆ,କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

Comment