ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରପତିଙ୍କ ମୋହର ବାଜି ଆଇନ୍‌ରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ୍‌। 

ନାଗରିକତା ସଂଶୋଧନ ବିଲ୍‌(ସିଏବି)ରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମିଳିବା ପରେ ନାଗରିକତା ସଂଶୋଧନ ବିଲ୍‌ ବର୍ତ୍ତମାନ ଆଇନ୍‌ରେ ପରିଣତ ହୋଇଛି। ସୋମବାର ଏହ ସିଏବି ଲୋକସଭାରେ ପାସ୍‌ ହୋଇଥିବାବେଳ ବୁଧବାର ବିଲ୍‌ ରାଜ୍ୟସଭାରେ ପାରିତ ହୋଇଥିଲା। ବର୍ତ୍ତମାନ ଏହା ଭାରତୀୟ ସମ୍ବିଧାନ ଅନୁଯାୟୀ ଆଇନ୍‌ରେ ପରିଣତ ହୋଇଛି।

ନାଗରିକତା ସଂଶୋଧନ ଆଇନ୍‌ରେ ପାକିସ୍ତାନ, ବାଲାଂଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ହିଂସାର ଅଣମୁସଲମାନ ଲୋକଙ୍କୁ ଭାରତର ନାଗରିକତା ମିଳିବ। ଏହି ଆଇନ୍‌ ଫଳରେ ୨୦୧୪ ଡିସେମ୍ବର ୩୧ ଯାଏଁ ଭାରତରେ ରହିଆସୁଥିବା ବିଦେଶୀ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକଙ୍କୁ ଭାରତର ନାଗରିକତା ଦିଆଯିବ।

ତେବେ ଉତ୍ତର ପୂର୍ବର ଭାରତୀୟ ରାଜ୍ୟଗୁଡ଼ିକରେ ଏହି ଆଇନ୍‌କୁ ଜୋରଦାର ବିରୋଧ କରାଯାଉଛି। ଲୋକେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ନିଆଁ ଜଳୁଛି। ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଆମାସ, ମେଘାଳୟର ରାଜଧାନୀରେ କର୍ଫ୍ୟୁ ଜାରି କରାଯିବା ସହିତ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

Comment