ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଗୁଗୁଲ ଇଣ୍ଡିଆ ବୁଧବାର ତାର ସର୍ଚ୍ଚ ଲିଷ୍ଟ ଜାରି କରିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ପାକିସ୍ତାନରେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହେଇଥିବା ଜଣାପଡ଼ିଛି।

ଗୁଗୁଲ ତା’ର ଲିଷ୍ଟରେ ପାକିସ୍ତାନୀମାନେ ସବୁଠୁ ଅଧିକ ସର୍ଚ୍ଚ କରିଥିବା ଲୋକଙ୍କ ତାଲିକା ଦେଇଛି। ଯେଉଁଥିରେ ଷଷ୍ଠ ସ୍ଥାନରେ ଅଛନ୍ତି ସାରା ଅଲ୍ଲୀ ଖାନ୍। ଜଣେ ଭାରତୀୟ ଅଭିନେତ୍ରୀ ଭାବେ ତାଙ୍କୁ ପାକିସ୍ତାନର ଲୋକ ସବୁଠୁ ଅଧିକ ଇଣ୍ଟରନେଟରେ ସର୍ଚ୍ଚ କରିଛନ୍ତି ।

ସାରା ଅଲ୍ଲୀ ଖାନ୍ ଫିଲ୍ କେଦାରନାଥ ସାହାଯ୍ୟରେ ବଲିଉଡରେ ପ୍ରବେଶ କରିଥିଲେ। ଏହାପରେ ରଣବୀର ସିଂହଙ୍କ ଫିଲ୍ମ ‘ସିମ୍ବା’ ସାହାଯ୍ୟରେ ସେ ଲୋକପ୍ରିୟ ହୋଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା।

Comment