ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୨୬ ତାରିଖରେ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଦେବନୀତି ବନ୍ଦ ରହିବା ସହ ପାକତ୍ୟାଗ କରାଯିବ।

ଡିସେମ୍ବର ୨୬ ତାରିଖ ଗୁରୁବାର ଦିନ ବକୁଳ ଅମାବାସ୍ୟା ତଥା ପୌଷ ଅମାବାସ୍ୟାରେ ଏହି ସୂର୍ଯ୍ୟପରାଗ ହେବାକୁ ଯାଉଛି। ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଶିଂକ ଭାବେ ଦୃଶ୍ୟମାନ ହେବା ସହ ଦକ୍ଷିଣ ଭାରତର କେତେକ ସ୍ଥାନରେ ପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବ।ଏଥିପାଇଁ ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ ଓ ଦେବନୀତି ବନ୍ଦ କରାଯିବ। ଶ୍ରୀମନ୍ଦିରରେ ମଧ୍ୟ ଏହାକୁ ଯଥାରୀତି ପାଳନ କରାଯିବ। ୨୬ ତାରିଖ ସକାଳ ୮ଟା ୨୦ରେ ଏହି ଗ୍ରହଣ ସ୍ପର୍ଶ ହେବ। ଗ୍ରହଣ ସ୍ପର୍ଶ ଶେଷ ହେବା ପରେ ଯାଇ ଦେବନୀତି ସମ୍ପନ୍ନ ହୋଇପାରିବ।

ପୁରୀ ଶ୍ରୀମନ୍ଦିରରେ ଏଥିପାଇଁ ୨୫ ତାରିଖ ରାତି ୮.୨୦ ସୁଦ୍ଧା ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ମଇଲମ୍ ଓ ତଡ଼ପଲାଗି ହେବ।

Comment