ଓଡ଼ିଶାଲାଇଭ୍ ବ୍ୟୁରୋ

ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବା କଥା ଆସିଲେ ପ୍ରଥମେ ବେସନର ଆବଶ୍ୟକ ପଡ଼ିଥାଏ। ବେସନର ପ୍ରାକୃତିକ ଗୁଣ ତ୍ୱଚାରେ ଚମକ ଆଣିବାଠୁ ଆରମ୍ଭ କରି ସବୁ ପ୍ରକାର ତ୍ୱଚା ସମସ୍ୟାକୁ ଦୂର କରିଥାଏ।

ଶୁଷ୍କ ତ୍ୱଚା ହେଉ ବା ତେଲିଆ ତ୍ୱଚା ଉଭୟ ପାଇଁ ବେସନ ଲାଭଦାୟୀ। ବେସନରେ କ୍ଷୀର, ଦହି, ମହୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା

ମୁହଁରେ କୌଣସି ଦାଗକୁ ଦୂର କରିବା ପାଇଁ ବେସନର ପ୍ରୟୋଗ କରିପାରିବେ। ବେସନ, ହଳଦି, ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଦେଖିବେ ମୁହଁରୁ ନିଶ୍ଚୟ ଦାଗ ଦୂର ହେବ।

ଟମାଟୋରେ ଆଣ୍ଟି ଅକ୍ସାଇଡ଼ ରହିଥାଏ। ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ।

Comment