ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବିଦେଶୀ ନାଗରିକଙ୍କୁ ସ୍ୱାମୀ ଭାବେ ଗ୍ରହଣ କରୁଛନ୍ତି ବଲିଉଡ ହିରୋଇନ୍।

ବଲିଉଡ୍ ହିରୋଇନମାନଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଆଗକୁ ଆସିଥାଏ। ତେବେ ଗୋଟିଏ କଥା ଆପଣ କେବେ ବି ଲକ୍ଷ୍ୟ କରିନଥିବେ ଯେ, ବଲିଉଡ ହିରୋଇନମାନଙ୍କୁ ଏଣିକି ବିଦେଶୀ ବର ଭଲ ଲାଗିବାରେ ଲାଗିଛନ୍ତି।ବଲିଉଡର ବହୁ ଆଗଧାଡ଼ିର ନାୟିକା ତାଙ୍କ ଜୀବନସାଥୀଭାବେ ବିଦେଶୀ ନାଗରିକମାନଙ୍କୁ ଗ୍ରହଣ କରିବାରେ ଲାଗିଛନ୍ତି। ଏବେ ଏହି ଲିଷ୍ଟର ଆଗରେ ରହିଛନ୍ତି ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଓ ନିକ୍ ଜୋନସ ଗତବର୍ଷ ବିବାହ ବନ୍ଧନରେ ଆବଧ ହୋଇଛନ୍ତି। ପ୍ରିୟଙ୍କା ଯେଉଁ ସମୟରେ ତାଙ୍କ ଜୀବନସାଥୀ ଭାବେ ନିକଙ୍କୁ ବାଛିଲେ ସେତେବେଳେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।

ସେହିପରି ଏହି ତାଲିକାରେ ଅଛନ୍ତି ବଲିଉଡର ଚୁଲବୁଲି ନାୟିକା ପ୍ରୀତି ଜିଣ୍ଟା। ପ୍ରୀତି ଜିଣ୍ଟା ୨୦୧୮ ମସିହାରେ ଆମେରିକାର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତାଙ୍କର ନାଁ ହେଉଛି ଜେନେ ଗୁଡଏନଫ୍।

ଅନ୍ୟପଟେ ଏହି ତାଲିକାର ଚର୍ଚ୍ଚିତ ହିରୋଇନ୍ ହେଉଛନ୍ତି ବଲିଉଡ୍ ଧକ୍ ଧକ୍ କୁଇନ୍ ମାଧୁରୀ ଦୀକ୍ଷିତ। ମାଧୁରୀ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ନଥିଲେ, ସେ ସମୟରେ ତାଙ୍କର ବିଦେଶୀ ବରଙ୍କୁ ନେଇ ବହୁତ ଚର୍ଚ୍ଚିତ ହୋଇଥିଲେ। ମାଧୁରୀ ୧୯୯୯ ମସିହାରେ ଆମେରିକାର ଡାକ୍ତର ଶ୍ରୀରାମଙ୍କୁ ବିବାହ କରିଥିଲେ।

Comment