ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ତିହାର ଜେଲରେ ଦିନ କାଟୁଥିବା ୪ ଅଭିଯୁକ୍ତ ଖାଇବା ପିଇବା କମ୍‌ କରି ଦେଇଛନ୍ତି। ସେମାନଙ୍କ ଉପରେ ନଜର ରଖିବା ପାଇଁ ୪/୫ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

୪ ଜଣଙ୍କୁ ଶୀଘ୍ର ଫାଶୀ ଆବେଦନର ଶୁଣାଣୀ ଆସନ୍ତା ୧୮ରେ ପଟିଆଲା ହାଉସ୍ କୋର୍ଟରେ ହେବ। ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ପାଇଁ ନିର୍ଭୟାଙ୍କ ପରିବାର ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ। ସେପଟେ ଦୋଷୀ ଅକ୍ଷୟ ସିଂ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଡିସେମ୍ବର ୧୭ରେ ଏହି ମାମଲାର ଶୁଣାଣୀ କରିବେ। ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନର ରାୟ ଆସିବା ଯାଏଁ ଫାଶୀ ଆବେଦନର ଶୁଣାଣୀ ଘୁଞ୍ଚାଇଛନ୍ତି ପଟିଆଲା ହାଉସକୋର୍ଟ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦୋଷୀଙ୍କୁ କେବେ ଫାଶୀଦଣ୍ଡ ଦିଆଯିବ ଏନେଇ ଶୁଣାଣି କରିବେ ଦିଲ୍ଲୀ ପଟିଆଲା ହାଉସକୋର୍ଟ।

Comment