ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି ହାଓ୍ଵଡାରୁ ଓଡ଼ିଶାକୁ ଟ୍ରେନ ଚଳାଚଳ ବାତିଲ କରାଯାଇଛି।   

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ତେଜୁଛି ଆନ୍ଦୋଳନ। ଏହାକୁ ନେଇ ଗତ କିଛି ଦିନ ହେବ ଉତ୍ତର-ପୂର୍ବ ରାଜ୍ୟରେ ଆନ୍ଦୋଳନ ଜୋର ଧରିଛି। ଆସାମରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଆନ୍ଦୋଳନ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ରେଳ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ହାଓ୍ଵଡାରୁ ଓଡ଼ିଶା ମଧ୍ୟରେ ଯାତାୟତ କରୁଥିବା ଟ୍ରେନଗୁଡ଼ିକୁ ବାତିଲ କରାଯାଇଛି।

ବିଶେଷ କରି ଦକ୍ଷିଣ ପୂର୍ବ ରେଲଓ୍ଵର ହାଓ୍ଵଡା-ଖଡ଼ଗପୁର ରେଳଖଣ୍ଡର ସଂକ୍ରିଲ, ମାରିଗ୍ରାମ, ବଂକରା ନାୟବାଜ ଓ ନାଲପୁର ଷ୍ଟେସନ ସହ ବିଭିନ୍ନ ଷ୍ଟେସନମାନଙ୍କରେ ବଡ଼ ଧରଣର ଆନ୍ଦୋଳନ ପରେ ଟ୍ରେନ ସବୁ ବାତିଲ କରାଯାଇଛି। ଯାହା ଫଳରେ ଓଡ଼ିଶା ଆସୁଥିବା ଓ ଓଡ଼ିଶା ଯାଉଥିବା କିଛି ଟ୍ରେନ ପ୍ରଭାବିତ ହୋଇଛି। ଏଥିପାଇଁ ଲୋକେ ଯାତାୟତା କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜାଣନ୍ତୁ କେଉଁ ଟ୍ରେନଗୁଡ଼ିକ ବାତିଲ ହୋଇଛି –

ଶନିବାର ହାଓ୍ଵଡାରୁ ବାତିଲ ହୋଇଥିଲା ଟ୍ରେନ

  • ହାଓ୍ଵଡା-ତିରପପତି ହମ୍‌ସଫର ଏକ୍ସପ୍ରେସ
  • ହାଓ୍ଵଡା-ଏର୍ଣ୍ଣାକୁଲମ୍‌ ଅନ୍ତର୍ଦୋୟ ଏକ୍ସପ୍ରେସ
  • ହାଓ୍ଵଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ
  • ହାଓ୍ଵଡା-ଯଶୋବନ୍ତ ଦୁରନ୍ତ ଏକ୍ସପ୍ରେସ
  • ହାଓ୍ଵଡା-ହାଇଦ୍ରବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ
  • ହାଓ୍ଵଡା-ପୁନେ ଦୁରନ୍ତ ଏକ୍ସପ୍ରେସ
  • ହାଓ୍ଵଡା-ମୁମ୍ଵାଇ ସିଏସ୍‌ଏମ୍‌ଟି ଗୀତାଞ୍ଜଳି ଏକ୍ସପ୍ରେସ

ଏହାସହ ପୁରୀରୁ ମଧ୍ୟ କିଛି ଟ୍ରେନକୁ ବାତିଲ କରାଯାଇଛି। ପୁରୀରୁ ଦିଘା ଏକ୍ସପ୍ରେସ ବାତିଲ କରାଯାଇଥିବା ବେଳେ ଆସନ୍ତାକାଲି ପୁରୀ-ସଂତ୍ରାଗାଛି ପାସେଞ୍ଜେର ଓ ପୁରୀ-ଖୋର୍ଦ୍ଧା ରୋଡ ଟ୍ରେନ ବାତିଲ କରାଯିବ। କିଛି ଟ୍ରେନକୁ ଆଂଶିକ ଭାବେ ମଧ୍ୟ ବାତିଲ କରାଯାଇଛି। ପୁରୀରୁ ଛାଡ଼ିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓ୍ଵଡା ପରିବର୍ତ୍ତେ ଖଡ଼ଗପୁର ଫେରିବ। ସେହିପରି ଜନ ଶତାବ୍ଦୀ ଏକ୍ସପ୍ରେସ ହାଓ୍ଵଡା ପରିବର୍ତ୍ତେ ମେଛେଦାରୁ ଫେରିବ।

Comment