ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବାପା ହେବାକୁ ଇଚ୍ଛା କଲେଣି ରଣବୀର ସିଂହ। ସବୁବେଳେ ନିଜର ଭିନ୍ନ ଅନ୍ଦାଜର ଅଭିନୟ ଓ ଗେଟଅପ୍ ପାଇଁ ପରିଚିତ ରଣବୀର ତାଙ୍କର ଏହି ଇଚ୍ଛା ପାଇଁ ଏବେ ପୁଣି ଚର୍ଚ୍ଚାରେ।କିଛିଦିନ ତଳେ ରଣବୀର ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ କହିଥିଲେ ଯେ, ବର୍ତ୍ତମାନ ସେ ବାପା ହେବାକୁ ଚାହୁଁଛନ୍ତି। ତାଙ୍କ ସନ୍ତାନ ସହ ସେ ତାଙ୍କ ଜୀବନର ସବୁଠୁ ଖୁସିର ସମୟ ବିତେଇବାକୁ ଅପେକ୍ଷା କରିଛନ୍ତି। ଏହାସହ ତାଙ୍କ କ୍ୟାରିଅର ପ୍ରତି ମଧ୍ୟ ସେ ଯତ୍ନବାନ ଅଛନ୍ତି।

ଗତବର୍ଷ ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ବିବାହ କରିଥିଲେ। କିଛି ଦିନ ତଳେ ଏହି ବିବାହକୁ ବର୍ଷେ ପୁରିଛି। ତାଙ୍କ ବିବାହ ବାର୍ଷିକୀ ଅବସରରେ ତାଙ୍କର ଫ୍ୟାନମାନେ ମଧ୍ୟ ତାଙ୍କ ସନ୍ତାନ କେବେ ହେବ ବୋଲି ପ୍ରଶ୍ନ କରିଥିଲେ।

Comment