ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀରରେ ପ୍ରବଳ ବରଫ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଭାରି ବରଫପାତ ଯୋଗୁଁ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରାଯାଇଛି। ରାସ୍ତା ବନ୍ଦ କାରଣରୁ ରାସ୍ତାରେ ୫୦୦ରୁ ଅଧିକ ଗାଡ଼ି ଅଟକି ରହିଛି।

ବରଫପାତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି। ଜମ୍ମୁ କଶ୍ମୀରଠୁ ଆରମ୍ଭ କରି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଅଧିକାଂଶ ସ୍ଥାନରେ ବରଫପାତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Comment