ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ତଦନ୍ତ ଆରମ୍ଭ ହେବ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ତଦନ୍ତ ପାଇଁ ୩ଜଣିଆ କମିଟି ଗଠନ କରିଥିଲେ।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଭିଏସ୍‌ ସିରପୁରକରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ଏହି କମିଟିରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ରେଖା ପ୍ରକାଶ ବଲଦୌଟା ପୂର୍ବତନ ସିବିଆଇ ମୁଖ୍ୟ ଆର କାର୍ତ୍ତିକେୟନ ଅଛନ୍ତି।

ଏହି କମିଟି ୬ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ମାମଲାର ଶୁଣାଣି କରି କୋର୍ଟ କହିଥଲେ ଯେ, ଲୋକଙ୍କର ସତ ଜାଣିବାର ଅଧିକାର ଅଛି।  ସେଥିପାଇଁ ଏହାର ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ।

Comment