ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ନିଜର ଲାଟେଷ୍ଟ୍‌ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ Mi Band 3i ଗତ ମାସରେ ଭାରତରେ ଲଞ୍ଚ୍‌ ହୋଇଥିଲା। ଆସନ୍ତା ଡିସେମ୍ବର ୧୬ରୁ ଏହାର ବିକ୍ରି ଫ୍ଲିପ୍‌କାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ସ୍ମାର୍ଟ ବ୍ୟାଣ୍ଡ୍‌ରେ ଓଏଲ୍‌ଇଡି ଡିସ୍‌ପ୍ଲେ ରହିଥିବା ବେଳେ ୨୦ ଦିନର ବ୍ୟାଟେରୀ ମଧ୍ୟ ଦିଆଯାଇଛି।

ଏନେଇ ସାଓମି ଇଣ୍ଡିଆ ଅଫିସିଆଲ ଆକାଉଣ୍ଟ୍‌ରେ ସୂଚନା ଦିଆଯାଇଛି। ଏହି ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ର ଦାମ୍‌ ହେଉଛି ୧,୨୯୯ ଟଙ୍କା। ବର୍ତ୍ତମାନ ଏହା ଫ୍ଲିପ୍‌କାର୍ଟରେ ଆଉଟ୍‌ ଅଫ୍‌ ଷ୍ଟକ୍‌ ଦେଖଉଛି। ଆସନ୍ତାକାଲିଠାରୁ ଗ୍ରାହକ ଏହାକୁ ଫ୍ଲିପ୍‌କାର୍ଟରୁ କିଣିପାରିବେ। ଏଥଇପାଇଁ କମ୍ପାନି ବିଭିନ୍ନ ଅଫର ମଧ୍ୟ ରଖିଛି।

ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ Mi Band 3iକୁ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ କିଣିଲେ ଗ୍ରାହକ ୫ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ ପାଇପାରିବେ। ସେହିପରି ଏଥିରେ ନୋ-କଷ୍ଟ୍‌ ଇଏମ୍‌ଆଇର ସୁବିଧା ମଧ୍ୟ ରହିଛି।

Mi Band 3i ବ୍ୟାଣ୍ଡ୍‌ରେ ୦.୭୮ ଇଞ୍ଚ୍‌ର ଓଏଲ୍‌ଇଡି ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୧୧୦ ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଇଛି। ଥରେ ବ୍ୟାଟେରୀ ଫୁଲ୍‌ ହେଲେ ଏହା ୨୦ ଦିନ ଯାଏଁ ଚାଲିବାର କ୍ଷମତା ରଖିଛି। ଏଥିରେ ୱାଟର ରେଜିଷ୍ଟାନ୍ସ ମଧ୍ୟ ଦିଆଯାଇଛି। କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍‌ v4.2 ଦିଆଯାଇଥିବା ବେଳେ ଏଥିରେ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ସପୋର୍ଟ ରହିଛି।

Comment