ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ମୋବାଇଲ୍ ନମ୍ବରକୁ ନ ବଦଳାଇ, ସିମକୁ ବଦଳାଇବାକୁ ଚାହୁଁଛନ୍ତି କି? ଏବେ ଆଉ ୭ ଦିନ ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ଏଣିକି ମାତ୍ର ତିନି ଦିନରେ ଆପଣ ନିଜର ମୋବାଇଲ ନମ୍ବରକୁ ପୋର୍ଟାବିଲିଟି କରିପାରିବେ।

ଏନେଇ ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାଇର ନୂଆ ନିୟମ ଅନୁସାରେ ଡିସେମ୍ବର ୧୬ ତାରିଖରୁ ଲୋକମାନେ ସେମାନଙ୍କର ମୋବାଇଲ ନମ୍ବରକୁ ତିନି ଦିନରେ ପୋର୍ଟାବିଲିଟି କରିପାରିବେ। ସେହିପରି ଅନ୍ୟ କୌଣସି ସର୍କଲର ମୋବାଇଲ ନମ୍ବରକୁ ନିଜ ସର୍କଲରେ ରଖି ଏହାକୁ ପୋର୍ଟାବିଲିଟି କରିବାକୁ ହେଲେ ଏଥିପାଇଁ ୫ ଦିନ ସମୟ ଲାଗିବ ବୋଲି କହିଛି ଟ୍ରାଇ।ଏହା ପୂର୍ବରୁ ଲୋକମାନଙ୍କୁ ସେମାନଙ୍କର ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ହେଲେ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ଏବେ ଏହାର ସମୟସୀମାକୁ ଟ୍ରାଇ କମାଇଦେଇଛି।

ତେବେ ଏଥିପାଇଁ ପୁରୁଣା ନେଟୱାର୍କରେ ଆପଣଙ୍କ ସିମ୍ ୯୦ ଦିନ ପାଇଁ କାମ କରିଥିବା ଆବଶ୍ୟକ। ନହେଲେ ଆପଣ ନିଜର ମୋବାଇଲ ନମ୍ବରକୁ ପୋର୍ଟାବିଲିଟି କରିପାରିବେନି ବୋଲି ନିୟମ ରହିଛି।

Comment