ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚଳିତ ବର୍ଷ ଡିସେମ୍ବର ମାସ ଦବଙ୍ଗ୍‌ ଖାନ ସଲମାନଙ୍କ ପାଇଁ ଖାସ୍‌ ରହିଛି। ଗୋଟିଏ କି ଦୁଇଟି ନୁହେଁ ୩ଟି କାରଣ ପାଇଁ ଡିସେମ୍ବର ସଲମାନଙ୍କ ପାଇଁ ଖାସ ରହିଛି। ସଲମାନଙ୍କ ଫିଲ୍ମ ଦବଙ୍ଗ ୩ ଏହି ମାସରେ ରିଲିଜ ହେଉଥିଲା ବେଳେ ତାଙ୍କ ଜନ୍ମଦିନ ବି ଏହି ମାସରେ ପଡ଼ୁଛି। ଆଉ ଏକ ଖାସ କାରଣ ହେଲା ଏହି ମାସରେ ସଲମାନଙ୍କ ଭଉଣୀ ଅର୍ପିତା ଦ୍ୱିତୀୟ ଥର ପାଇଁ ମା’ ହୋଇପାରନ୍ତି।

ଡିସେମ୍ବର ୨୭ରେ ସଲମାନ ଏଥର ୫୪ତମ ଜନ୍ମ ଦିନ ପାଳନ କରିବେ। ପ୍ରତିବର୍ଷ ସଲମାନଙ୍କ ପ୍ରଂଶସକ ତାଙ୍କ ଜନ୍ମଦିନ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି, ହେଲେ ଏଥର ସଲମାନ ନିଜେ ତାଙ୍କ ଜନ୍ମଦିନର ପ୍ଲାନିଙ୍ଗ୍‌ର ଖୁଲାସା କରିଛନ୍ତି।

ଦବଙ୍ଗ୍‌ ୩ର ପ୍ରମୋସନ ବେଳେ ସଲମାନ କହିଛନ୍ତି ଏଥର ସେ ତାଙ୍କ ଜନ୍ମଦିନରେ ଭଉଣୀ ଅର୍ପିତାଙ୍କ ସହ ସମୟ କଟାଇବେ।

Comment