ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏନ୍‌କାଉଣ୍ଟରେ ପ୍ରାଣ ହରାଇଥିବା ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ୯ଜଣ ମହିଳାଙ୍କ ସହ ସମାନ ଘଟଣା ଘଟାଇଥିବା ଜଣାପଡ଼ିଛି। ପୋଲିସ୍‌ କଷ୍ଟଡୀରେ ପଚରାଉଚରା ସମୟରେ ୯ ମହିଳାଙ୍କୁ ଦୁଷ୍କର୍ମ କରି ଜାଳି ଦେଇଥିବା ଅଭିଯୁକ୍ତମାନେ କହିଥିଲେ। ଏନେଇ ମଙ୍ଗଳବାର ତେଲେଙ୍ଗାନା ପୋଲିସ୍‌ର ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି।

ତଦନ୍ତକାରୀ ଟିମ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,”ଅଭିଯୁକ୍ତମାନେ ହେପାଜତରେ ଥିବା ସମୟରେ ପୋଲିସ ତେଲେଙ୍ଗାନା ଏବଂ କର୍ଣ୍ଣାଟକ ହାଇୱେରେ ଘଟିଥିବା ୧୫ଟି ଘଟଣା ଯାଞ୍ଚ୍‌ କରିଥିଲା। ଏହାମଧ୍ୟରୁ ୯ଟି ଘଟଣାରେ ଦିଶା ଅଭୁଯୁକ୍ତମାନେ ସାମିଲ ଥିଲେ। ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଆରିଫ୍‌ ଏବଂ ଚେନ୍ନାକେଶଭୁଲୁ ଏହି ଭଳି ୯ଟି ଘଟଣାରେ ଜଡ଼ିତି ଥିବା ମାନିଥିଲେ।”

ଅଭିଯୁକ୍ତ ଆରିଫ୍ ଦୁଷ୍କର୍ମ ଏବଂ ହତ୍ୟା ଭଳି ୬ଟି ଘଟଣାରେ ଜଡ଼ିତ ଥିବା ବେଳେ ଚେନ୍ନାକେଶଭୁଲୁ ୩ଟି ଘଟଣାରେ ଜଡ଼ିତ ଥିଲେ। ତେଲେଙ୍ଗାନାର ରାଙ୍ଗାରେଡ୍ଡୀ, ସାଙ୍ଗାରେଡ୍ଡୀ, ମହବୁବ୍‌ନଗର ଜିଲ୍ଲା ଏବଂ ତେଲେଙ୍ଗାନା-କର୍ଣ୍ଣାଟକ ସୀମା ଅଞ୍ଚଳରେ ଦୁଇ ଅଭିଯୁକ୍ତ ଏହିସବୁ ଘଟଣା ଘଟାଇଥିବା ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ କୁହାଯାଇଛି।

Comment