ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟରେ ଚାଲିଲାନି ନିର୍ଭୟା ଦୋଷୀଙ୍କ ଚାଲ୍‌। ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ଦୋଷୀ ପବନ କୁମାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟସନ ଦାଖଲ କରିଥିଲେ। ଦୁଷ୍କର୍ମ ଘଟିଥିବା ସମୟରେ ପବନ କୁମାର ନାବାଳକ ଥିବା ଏହି ପିଟସନରେ କୁହାଯାଇଥିଲା। ତେବେ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଏଥିସହିତ କୋର୍ଟରେ ଉପସ୍ଥିତ ନରହିବାରୁ ପବନଙ୍କ ଓକିଲ ଏପି ସିଂହଙ୍କ ଉପରେ କୋର୍ଟ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି।

୨୦୧୨ ମସିହାରେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୪ ଜଣଙ୍କୁ ପାଶୀଦଣ୍ଡ ମିଳିଛି। ସୋମନଙ୍କ ମଧ୍ୟରୁ ଜଣେ ଦୋଷୀ ପବନ କୁମାର ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ପିଟିସନ୍‌ରେ ପବନ କୁମାର କହିଥିଲେ ଯେ, ଦୁଷ୍କର୍ମ ସମୟରେ ତାଙ୍କ ବୟସ ୧୮ ବର୍ଷରୁ କମ୍‌ ଥିଲା। ତାଙ୍କ ମାମଲାକୁ କିଶୋର ନ୍ୟାୟ ଆଇନ୍‌ ଅନୁଯାୟୀ ଗ୍ରହଣ କରିବାକୁ ହାଇକୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ ପବନ।

ତେବେ ହାଇକୋର୍ଟ ଏହି ପିଟିସନକୁ ଗୁରୁବାର ଖାରଜ କରି ଦେଇଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରି ୨୪ରେ ହେବାକୁ ଥିଲା। ତେବେ ଗୁରୁବାର ପବନଙ୍କ ଓକିଲ କୋର୍ଟରେ ଉପସ୍ଥିତ ନରହିବାରୁ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହିତ ପବନଙ୍କ ଓକିଲ ଏପି ସିଂହଙ୍କ ଉପରେ କୋର୍ଟ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି।

Comment