ଓଡ଼ିଶାଲାଇଭ୍‌ ବ୍ୟୁରୋram mandir bjp issue

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜାନୁଆରିରେ ଟ୍ରଷ୍ଟ ଗଠନ ହେବ। ଏହି ଟ୍ରଷ୍ଟରେ ସାଧୁସନ୍ଥ ସାମିଲ ରହିବେ। ଟ୍ରଷ୍ଟ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଟ୍ରଷ୍ଟ ଗଠନ ପାଇଁ ଶେଷ ତାରିଖ ଫେବ୍ରୁଆରି ୯ ହୋଇଥିଲା ବେଳେ ଜାନୁଆରିରେ ହିଁ ଟ୍ରଷ୍ଟ ଗଠନ କରାଯିବ।

ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଶୁଣାଣି କରି ମନ୍ଦିର ନିର୍ମାଣ ନିମନ୍ତେ ବିବାଦୀୟ ସ୍ଥଳର ୨. ୭୭ ଏକର ଜମି ସରକାରଙ୍କୁ ହସ୍ତାନ୍ତର କରିଥିଲେ।

ଏଥିସହ ମନ୍ଦିର ନିର୍ମାଣ ନିମେନ୍ତ ତିନି ମାସ ମଧ୍ୟରେ ଏକ ଟ୍ରଷ୍ଟ୍‍ ଗଠନ କରିବାକୁ ମଧ୍ୟ କୋର୍ଟ ନିର୍ଦେଶ ଦେଇଥିଲେ।

Comment