ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ପାର୍କିଂ ସ୍ଥାନଗୁଡ଼ିକର ପୁନଃନିର୍ଦ୍ଧ।ରଣ କରାଯିବ। ଏହି ମର୍ମରେ ବିଏମ୍‌ସି ତାର ଜୋନାଲ ଡେପୁଟି କମିସନରମାନଙ୍କୁ ନୂଆକରି ସ୍ଥାନଗୁଡ଼ିକୁ ବାଛିବା ପାଇଁ କହିଛି। ପୁନଃନିର୍ଦ୍ଧାରଣ ପରେ ସେଗୁଡ଼ିକୁ ନିଲାମ କରାଯିବ।

ପାର୍କିଂ ଜାଗା ଭଡ଼ା ବାବଦକୁ ବିଏମ୍‌ସି ପ୍ରତିବର୍ଷ ଦୁଇ କୋଟି ଟଙ୍କା ଆଦାୟ କରିଥାଏ। ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୭୦ଟି ସର୍ବସାଧରଣ ପାର୍କିଙ୍ଗ ଜାଗା ରହିଛି। ଏଥିମଧ୍ୟରୁ ୧୨ଟିକୁ ବିଭିନ୍ନ ଅନୁଷ୍ଠାନ ପାଇଁ ରେଖାଙ୍କିତ କରାଯାଇଛି। ବାକି ତକ ସ୍ଥାନକୁ ପୁନଃ ନିର୍ଦ୍ଧାରଣ କରାଯିବା ସହ ଏହାର ନିଲାମୀ ଡକାଯିବ।

ଇତି ମଧ୍ୟରେ କିଛି ଡେପୁଟି ଜୋନାଲ କମିସନର ଏହି କାମ ଆରମ୍ଭ କରି ସାରିଛନ୍ତି। ପୁନଃନିର୍ଦ୍ଧାରଣ ଫଳରେ ରାଜଧାନୀରୁ ବେଆଇନ ପାର୍କିଂ ବ୍ୟବସ୍ଥାକୁ ପୂରାପୁରି ଉଠାଇ ଦିଆଯିବ। ରାଜଧାନୀରେ ପାର୍କିଂ ଏବେ ଏକ ବଡ଼ ସମସ୍ୟା ହୋଇଥିବା ବେଳେ କିଛି ଲୋକ ଅନାଧିକୃତ ଭାବେ ବିଏମ୍‌ସି ନାମରେ ପାର୍କିଂ  ଚଳାଇଛନ୍ତି। ଖାଲି ସେତିକି ନୁହେଁ, ସେମାନେ ମୋଟା ଆକାରରେ ଭଡ଼ା ବି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

Comment