ଓଡ଼ିଶାଲାଇଭ୍ ବ୍ୟୁରୋ

ପାଳଙ୍ଗ ଶାଗରେ ରହିଛି ଅନେକ ଉପକାରିତା। ପାଳଙ୍ଗରେ ଥିବା ପୋଷକ ତତ୍ଵ ଯଥା ଭିଟାମିନ୍ ଏ, ସି, ଇ, କେ, ବି କମ୍ପ୍ଲେକ୍ସ ଏବଂ ମାଙ୍ଗାନିଜ୍, କେରାଟିନ୍, ଆଇରନ୍, ଆୟୋଡିନ୍, କ୍ୟାଲସିୟମ୍, ମାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍ ଆଦି ଶରୀରକୁ ରୋଗଠାରୁ ଦୂରେଇ ରଖେ। ହେଲେ ଶୀତ ଦିନରେ ପାଳଙ୍ଗ ଜୁସ୍ ସେବନ କଲେ ଅନେକ ଲାଭ ମିଳିଥାଏ।

ଓଜନ ହ୍ରାସ କରେ

ପାଳଙ୍ଗରେ ଫାଇବର୍ ଭରପୂର ମାତ୍ରାରେ ଥିବାରୁ ଏହା ହଜମ କରିବାରେ ସାହାଯ୍ୟ କରିଥାଏ, ଫଳରେ ଶରୀରରେ ଚର୍ବି ଜମିବାର ଆଶଙ୍କା କମ୍ ଥାଏ ଏବଂ ଓଜନ କମ୍ ହେବାରେ ମଧ୍ୟ ସାହାଯ୍ୟ କରେ।

ତ୍ୱଚା ଉଜ୍ଜଳ କରାଏ

ପାଳଙ୍ଗରେ ଥିବା ଦରକାରୀ ପୋଷକତତ୍ୱ ଆପଣଙ୍କ ଚେହେରା ପାଇଁ ଅତ୍ୟନ୍ତ ଉପଯୋଗୀ। ଏହାର ସେବନ ଆପଣଙ୍କ ଚେହେରାରେ ଚମକ ଆଣିବା ସହ କେଶକୁ ମଧ୍ୟ ସୁଦୃଢ଼ କରିଥାଏ।

କ୍ୟାନସର ସମ୍ଭାବନାକୁ କମ୍‌ କରିଥାଏ

ପାଳଙ୍ଗ ଜୁସରେ ଥିବା କ୍ଲୋରୋଫିଲ୍ ଏବଂ ଫ୍ଲେବୋନଏଡ୍ସ୍ କ୍ୟାନସର୍ ଜୀବାଣୁଙ୍କ ସହ ଲଢ଼ିଥାଏ। ତେଣୁ ପ୍ରତିଦିନ ପାଳଙ୍ଗ ଜୁସ୍ ସେବନ ଦ୍ୱାରା କ୍ୟାନସର୍ ହେବାର ସମ୍ଭାବନା ବହୁ ମାତ୍ରାରେ କମିଯାଏ।

ରକ୍ତକୁ ସଫା କରିଥାଏ

ଶରୀରର ପାଚନ ପ୍ରକ୍ରିୟାକୁ ଠିକ୍ ରଖିବାରେ ପାଳଙ୍ଗ ସାହାଯ୍ୟ କରିଥାଏ। ଶରୀରର ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିବା ସହ କଫ ସମସ୍ୟା ମଧ୍ୟ ଦୂର କରିଥାଏ।

Comment