ଓଡ଼ିଶାଲାଇଭ୍‌ ବ୍ୟୁରୋ

ବକ୍ସ ଅଫିସରେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ବହୁ ରେକର୍ଡ ଭାଙ୍ଗିଲା ‘ଦବଙ୍ଗ-୩’। ଶୁକ୍ରବାର ବହୁ ପ୍ରତିକ୍ଷୀତ ବଲିଉଡ୍‌ ଫିଲ୍ମ ‘ଦବଙ୍ଗ-୩’ ରିଲିଜ ହୋଇଯାଇଛି। ରିଲିଜର ପ୍ରଥମ ଦିନରେ ‘ଦବଙ୍ଗ-୩’ ସବୁ ଭର୍ସନରେ ୨୪.୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏନେଇ ଫିଲ୍ମ କ୍ରିଟିକ୍ସ ତଥା ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ରିଲିଜ ପୂର୍ବରୁ ପ୍ରଥମ ଦିନରେ ଫିଲ୍ମ ‘ଦବଙ୍ଗ-୩’ ୪୦ କୋଟି ଟଙ୍କା ଆୟ କରିବାର ଅନୁମାନ କରାଯାଉଥିଲା। ଏଥିପାଇଁ ବହୁ ସିନେମାଘରରେ ଆଡଭାନ୍ସ ବୁକିଂ ମଧ୍ୟ ହୋଇଯାଇଥିଲା। ହେଲେ ବର୍ତ୍ତମାନ ଦେଶରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଚାଲୁଥିବା ବିକ୍ଷୋଭର ପ୍ରଭାବ ଫିଲ୍ମର ବ୍ୟବସାୟ ଉପରେ ପଡ଼ିଥିବା ଅନୁମାନ କରାଯାଉଛି। ତେଣୁ ବକ୍ସ ଅଫିସରେ ଫିଲ୍ମ ଏତେଟା ଭଲ କରିପାରିନାହିଁ।

ଅନ୍ୟପକ୍ଷରେ ଫିଲ୍ମ ‘ଦବଙ୍ଗ-୩’ ନିଜ ସଲମାନ୍‌ଙ୍କ ବହୁ ଫିଲ୍ମର ରେକର୍ଡ ଭାଙ୍ଗିଛି। ଦବଙ୍ଗ(୧୪.୫୦ କୋଟି), ବୀର(୭ କୋଟି), ବଡିଗାର୍ଡ(୨୧.୬୦ କୋଟି), ଦବଙ୍ଗ-୨(୨୧.୧୦ କୋଟି), ଜୟ ହୋ(୧୭.୭୫ କୋଟି), ଟ୍ୟୁବ୍‌ଲାଇଟ୍‌(୨୧.୧୫ କୋଟି) ଫିଲ୍ମ ସାମିଲ ରହିଛି।

ଦବଙ୍ଗ ସିରିଜର ପ୍ରଥମ ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ୧୪.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ଦବଙ୍ଗ-୨ର ଆୟ ୨୧.୧୦ କୋଟିର ବ୍ୟବସାୟ କରିଥିଲା। ବର୍ତ୍ତମାନ ଫିଲ୍ମର ତୃତୀୟ ସିରିଜ ସବୁ ରେକର୍ଡ ଭାଙ୍ଗି ୨୪.୫୦ କୋଟି ଟଙ୍କା ଆୟ କରିଛନ୍ତି।

ଶୁକ୍ରବାର ସଲମାନ ଖାନ୍‌ଙ୍କ ‘ଦବଙ୍ଗ-୩’ ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ତାମିଲ ଭାଷାରେ ରିଲିଜ ହୋଇଯାଇଛି। ଏହି ଫିଲ୍ମକୁ ଡ୍ୟାନ୍ସ ମାଷ୍ଟର ପ୍ରଭୁଦେବା ନିର୍ଦ୍ଦେଶନା ଦେଇଥିବା ବେଳେ ସଲମାନ ନିଜ ଭାଇ ଅରବାଜ୍‌ଙ୍କ ସହ ଏହାକୁ ପ୍ରଯୋଜନା ଦେଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment