ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୧୫ ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଦୁଇଟି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୂର୍ବରୁ ଏକ କାରଖାନାରେ ନିଆଁଲାଗି ୪୩ ଜଣଙ୍କର ମୃତ୍ୟ ହୋଇଥିଲା ବେଳେ ରବିବାର ପୁଣି ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୯ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁରୁତର ୧୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିରଟୀସ୍ଥିତ କପଡ଼ା ଗୋଦାମରେ ରବିବାର ରାତି ପ୍ରାୟ ସାଢ଼େ ୧୨ଟାରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିବା ପୂର୍ବରୁ ୯ଜଣଙ୍କ ମୃତ୍ୟୁ ହେବା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ ହୋଇଥିଲା।

Comment