ଓଡ଼ିଶାଲାଇଭ୍ ବ୍ୟୁରୋ

କମିବ ଶୀତ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୫ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୨୮ ତାରିଖ ପରଠୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୯.୩, ସୋନପୁରରେ ୯.୮, ଅନୁଗୁଳରେ ୧୦, କେନ୍ଦୁଝରରେ ୧୦.୮, ସୁନ୍ଦରଗଡ଼ରେ ୧୧, ଟିଟିଲାଗଡ଼ରେ ୧୧.୧, ବାଲେଶ୍ଵରରେ ୧୧.୩, କୋରାପୁଟରେ ୧୨, ସମ୍ବଲପୁରରେ ୧୨.୪, ଭବନୀପାଟଣାରେ ୧୩ ଡିଗ୍ରୀ, କଟକରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

Comment