ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ପଡୁଛି ସୂର୍ଯ୍ୟ ପରାଗ। ଏହାକୁ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟ ପରାଗ କୁହାଯାଉଛି। ଆକାଶରେ ପ୍ରାୟ ୩ ଘଣ୍ଟା ଧରି ଚାଲିବ ଛାଇ ଆଲୁଅର ଖେଳ। ଗୁରୁବାର ସକାଳ ୮ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହେବ। ଦିନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷର ସମୟ ରହିଛି।

ସୂର୍ଯ୍ୟ ପରାଗ ପାଇଁ ବୁଧବାର ରାତି ୮ଟା୨୦ରୁ ପାକ ଓ ଦେବନୀତି ନିଷେଧ କରାଯାଇଛି। ଅନ୍ନଭୋଜନ ମଧ୍ୟ ନିଷେଧ ହୋଇଛି। ପରାଗ ପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ରୀ ନୀତିର ବ୍ୟବସ୍ଥା କରାଯାଇଛି।

ପରାଗ ସ୍ପର୍ଶଠୁ ମହାସ୍ନାନ ପରେ ଶ୍ରୀଜୀଉଙ୍କ ପାଖରେ ଖଇ କୋରା ଭୋଗ ଲାଗି ହେବ। ପରାଗ ପାଇଁ ୨୫ ତାରିଖ ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ। ଫଳରେ ଶ୍ରୀଜୀଉଙ୍କୁ ରାତି ସାରା ଦର୍ଶନ କରିପାରିବେ ଭକ୍ତ।

ଚଳିତ ସୂର୍ଯ୍ୟପରାଗକୁ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ରାଶିର ଲୋକ ଦେଖିବାକୁ ଜ୍ୟୋତିଷମାନେ ବାରଣ କରିଛନ୍ତି। ତୁଳ, ବିଛା, କୁମ୍ଭ, କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ପରାଗ ଶୁଭ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି।

ପରାଗକୁ ଦୃଷ୍ଟିରେ ୨୬ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ସରକାର।

Comment