ଓଡ଼ିଶାଲାଇଭ୍ ବ୍ୟୁରୋ

ରେସ୍ତୋରାଁରେ କିଛି ସମୟ କାମ କରିବା ପରେ ସେଠାରେ ମାଗଣାରେ ଖାଇବାକୁ ମିଳିପାରିବ। ଏପରି ଖବର ଆପଣ କେବେ ନା କେବେ ଶୁଣିଥିବେ। କିନ୍ତୁ ଇନଷ୍ଟାଗ୍ରାମରେ ରେସ୍ତୋରାଁର ଫଟୋ ଅପଲୋଡ କଲେ ଗ୍ରାହକମାନଙ୍କୁ ମାଗଣାରେ ଗୋଟିଏ ରେସ୍ତୋରାଁରେ ଖାଇବାକୁ ଦେଉଛି।

କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ, ତେବେ ଇଟାଲୀର ମିଲାନ୍ ସହରରେ ଥିବା ଗୋଟିଏ ରେସ୍ତୋରାଁରେ କିଛି ଏଭଳି ଦେଖିବାକୁ ମିଳିଛି। ଏହି ରେସ୍ତୋରାଁରେ ଯେଉଁ ଗ୍ରାହକମାନେ ଖାଦ୍ୟ ସହ ଫଟୋ ନେଇ ତାଙ୍କର ଇନଷ୍ଟାଗ୍ରାମରେ ସେଆର କରୁଛନ୍ତି ସେମାନଙ୍କୁ ମାଗଣାରେ ଖାଇବା ମିଳିପାରୁଛି।ଏଥିପାଇଁ ରେସ୍ତୋରାଁ ତରଫରୁ କେତେକ ନିୟମ କରାଯାଇଛି। ଯଦି ଆପଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ହଜାରରୁ ପାଞ୍ଚ ହଜାର ଫଲୋୟର୍ସ ଅଛନ୍ତି ତେବେ ଆପଣଙ୍କୁ ଗୋଟିଏ ପ୍ଲେଟ୍ ଖାଇବା ମାଗଣାରେ ମିଳିପାରିବ। ଯଦି ଆପଣଙ୍କ ଆକାଉଣ୍ଟରେ ୫ ହଜାରରୁ ୧୦ହଜାର ଫଲୋୟର୍ସ ଅଛନ୍ତି ତେବେ ଆପଣଙ୍କୁ ଦୁଇ ପ୍ଲେଟ୍ ମାଗଣା ଖାଇବା ମିଳିପାରିବ।  ଅନ୍ୟପଟେ ୫୦ହଜାର କିମ୍ବା ଏକ ଲକ୍ଷ ଫଲୋୟର୍ସ ଥିବା ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟରେ ରେସ୍ତୋରାଁର ଫଟୋ ସେଆର କରନ୍ତି ତେବେ ସେମାନଙ୍କୁ ଚାରୋଟିରୁ ଆଠଟି ପ୍ଲେଟ୍ ମାଗଣା ଖାଇବା ମିଳିପାରିବ।

ଏହାଦ୍ୱାରା ରେସ୍ତୋରାଁର ପ୍ରଚାର ପ୍ରସାର ହୋଇପାରୁଛି ବୋଲି କୁହାଯାଉଛି। ଅଧିକ ଫଲୋୟର୍ସ ଥିବା ଗ୍ରାହକମାନେ ରେସ୍ତୋରାଁର ଫଟୋ ସେଆର କଲେ ଲୋକମାନେ ଏହି ରେସ୍ତୋରାଁ ଆସିବାକୁ ଆଗ୍ରହ କରିବେ ବୋଲି କୁହାଯାଇଛି।

Comment