ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାବଧାନ! ସୋସିଆଲ ମିଡିଆରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ କିଛି ଉତ୍ତେଜକ ପୋଷ୍ଟ କରୁଛନ୍ତିକି? ଗିରଫ୍‌ ହୋଇପାରନ୍ତି! ନାଗରିକତା ଆଇନ୍‌ ପାଇଁ ଦେଶରେ ହେଉଥିବା ହିଂସା ପରେ ପୋଲିସ୍‌ ଆଲର୍ଟ ରହିଛି। ଗୁରୁବାର ଉତ୍ତର ପ୍ରଦେଶରେ ସିଏଏକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ୍‌ କରିବାରୁ ପୋଲିସ ୧୨୪ ଜଣଙ୍କୁ ଗିରଫ୍‌ କରିଛି। ସେହିପରି ୯୩ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ଦିଆଯାଇଛି।

କେବଳ ସେତିକି ନୁହେଁ, ପୋଲିସ୍‌ ୧୯,୪୦୯ଟି ସୋସିଆଲ ମିଡିଆ ପୋଷ୍ଟ୍‌କୁ ଯାଞ୍ଚ୍‌ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟୁଇଟରରେ ୯୩୭୨, ଫେସ୍‌ବୁକ୍‌ରେ ୯୮୫୬ ଏବଂ ୟୁଟ୍ୟୁବ୍‌ରେ ୧୮୧ ପୋଷ୍ଟ୍‌କୁ ଯାଞ୍ଚ୍‌ କରାଯାଇ ପୋଲିସ୍‌ ସେମାନଙ୍କ ଆକାଊଣ୍ଟ୍‌କୁ ବ୍ଲକ୍‌ କରିଦେଇଛି।

ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି ଯେ, ନାଗରିକତା ଆଇନ୍‌କୁ ବିରୋଧ ପ୍ରଦର୍ଶନରେ ରାଜ୍ୟରେ ୩୨୭ଟି ଏଫ୍‌ଆଇଆର୍‌ ରେଜିଷ୍ଟର ହୋଇଛି। ଏହି ମାମଲରେ ୧୧୫୮ ଜଣଙ୍କୁ ଗିରଫ୍‌ କରାଯାଇଥିବା ବେଳେ ୫୫୫୮ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ହିଂସାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment