ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଫୋନରେ ନେଟୱାର୍କ ନାହିଁ ଆଉ ଆପଣ ଫୋନ୍ କରିବାକୁ ଚାହୁଁଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏବେ ୱାଇ-ଫାଇ ଦ୍ୱାରା ଆପଣ ଫୋନ୍ କଲ୍ କରିପାରିବେ।ଏୟାରଟେଲ୍ ତରଫରୁ ଗ୍ରାହକମାନଙ୍କ ପାଇଁ  ଏଭଳି ସୁବିଧା ଆରମ୍ଭ କରାଯାଇଛି। ଏଥିରେ ଗ୍ରାହକମାନେ ଫୋନରେ ନେଟୱାର୍କ ନଥିଲେ ମଧ୍ୟ ୱାଇ-ଫାଇ ସାହାଯ୍ୟରେ ଫୋନ୍ କଲ୍ କରିପାରିବେ। ଏହି ସୁବିଧାର ନାଁ ହେଉଛି ଏୟାରଟେଲ୍ ୱାଇ-ଫାଇ କଲିଙ୍ଗ୍। ଏୟାରଟେଲ୍ ତରଫରୁ ଏଭଳି ସୁବିଧାକୁ ପ୍ରଥମ ଥର ପାଇଁ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି।

ଏହି ସୁବିଧା ଏବେ ଦିଲ୍ଲୀ ଏନସିଆର, କୋଲକାତା, ମୁମ୍ବାଇ, ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ ଓ ତାମିଲନାଡୁରେ ଆରମ୍ଭ ହୋଇଗଲାଣି। ଏହାପରେ ଖୁବଶୀଘ୍ର ଏହାକୁ ସାରାଦେଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

Comment