ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ଯୁବପିଢିଙ୍କ ମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଯାଇଛି। ତେବେ ଚିନ୍ତା କରନ୍ତୁ ନାହିଁ।  କିଛି ଘରୋଇ ଉପଚାର ଦ୍ଵାରା ଏଭଳି ସମସ୍ୟା ଦୂର ହୋଇପାରେ।

ଯଦି କେଶ ଝଡ଼ୁଛି ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆଜି ଆପଣଙ୍କୁ ୫ଟି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବ୍ୟବହାର କରି କେଶ ଝଡ଼ିବା ଦୂର କରିପାରିବେ।

ନଡ଼ିଆ ତେଲ

କେଶ ପାଇଁ ନଡ଼ିଆ ତେଲ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆକୁ କୋରି ଅଳ୍ପ ପାଣିରେ ମିଶାଇ ଦିଅନ୍ତୁ। ତା’ପରେ ତାକୁ ଛାଣି କେଶରେ ମାଲିସ୍ କରନ୍ତୁ। ଏହାପରେ ରାତି ସାରା କେଶକୁ ସେମିତି ଛାଡ଼ିଦିଅନ୍ତୁ। ପରଦିନ ସକାଳେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ଵାରା କେଶ ଝଡ଼ିବା ବନ୍ଦ ହୋଇଯିବ।

ହିନା

ଭାରତରେ କେଶକୁ ରଙ୍ଗୀନ କରିବା ପାଇଁ ମୁଖ୍ୟତଃ ହିନାର ପ୍ରୟୋଗ କରାଯାଏ। ଏକ କପ୍ ହିନା ପାଉଡ଼ର ସହ ଏକ କପ୍ ଦହି ଭଲ ଭାବେ ମିଶାଇ ଦିଅନ୍ତୁ। କେଶରେ ଏହି ମିଶ୍ରଣକୁ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଶାମ୍ପୂରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରିବା ଦ୍ଵାରା କେଶ ଝଡ଼ିବା ବନ୍ଦ ହୋଇଯାଏ।

ମନ୍ଦାର ଫୁଲ

ମନ୍ଦାର ଫୁଲକୁ ବାଟି ସେଥିରେ ନଡ଼ିଆ ତେଲ ମିଶାଇ କେଶ ମୂଳରେ ଭଲ ଭାବେ ଲଗାଇ କିଛି ସମୟ ପାଇଁ ଛାଡ଼ିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକଲେ କେଶ ଝଡ଼ିବା ବନ୍ଦ ହୋଇଯିବ।

ଆମଲା

କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଆମଲା ସବୁଠାରୁ ଭଲ ଉପଚାର ଭାବେ ବ୍ୟବହୃତ ହୁଏ। ଗୋଟିଏ ଚାମଚ ଆମଲା ପାଉଡର ସହ ଲେମ୍ବୁ ରସ ମିଶାଇ ତା’କୁ କେଶରେ ଲଗାଇ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ। ଏହାପରେ ନଖ ଉଷୁମ ପାଣିରେ କେଶ ଧୋଇଦିଅନ୍ତୁ। ଏହାଦ୍ଵାରା କେଶ ଝଡ଼ିବା ବନ୍ଦ ହୁଏ।

ଅଣ୍ଡା

ଅଣ୍ଡାରେ ପ୍ରୋଟିନ୍ ଓ ମିନେରାଲ ସହ ଆୟୋଡିନ୍, ଫସଫରସ୍, ଜିଙ୍କ ଓ ଆଇରନ ଭରି ରହିଥାଏ। ଅଣ୍ଡାର ଧଳା ଅଂଶ ସହ ଏକ ଚାମଚ ଅଲିଭ୍ ଅଏଲ ମିଶାଇ କେଶରେ ଲଗାନ୍ତୁ। ୧୫-୨୦ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଶାମ୍ପୂ ଲଗାଇ ଧୋଇଦିଅନ୍ତୁ। ଦେଖିବେ କେଶ ଝଡ଼ିବା ବନ୍ଦ ହୋଇଯିବ।

Comment