ଓଡ଼ିଶାଲାଇଭ୍ ବ୍ୟୁରୋ

ସୂର୍ଯ୍ୟପରାଗ ସମୟରେ ମୋଦୀ ପିନ୍ଧିଥିବା ଚଷମାର ଦାମ୍ ଦେଢ଼ ଲକ୍ଷ ଟଙ୍କା। ଏଭଳି ଏକ ଦାମୀ ଚଷମାକୁ ପିନ୍ଧି ଭାରତର ପ୍ରଧାନମନ୍ତ୍ରୀ ଗୁରୁବାର ସୂର୍ଯ୍ୟପରାଗ ଦେଖିଛନ୍ତି। ଏପରି କିଛି କଥା ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।ଗୁରୁବାର ମୋଦୀ ସୂର୍ଯ୍ୟପରାଗ ଦେଖୁଥିବାର ଫଟୋକୁ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଥିଲେ। ଏହାପରେ ଲୋକମାନେ ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ଦେବା ମଧ୍ୟ ଆରମ୍ଭ କରିଦେଇଥିଲେ। କିଛି ଲୋକ କହିଥିଲେ ଯେ, ମୋଦୀ ଏଥିରେ ରାହୁଲ ଓ ସୋନିଆଙ୍କୁ ଦେଖୁଛନ୍ତି।ଏପରିକି କିଛି ଲୋକ ମୋଦୀଙ୍କ ଚଷମାକୁ ନେଇ ମଧ୍ୟ କମେଣ୍ଟ କରିଛନ୍ତି। କିଛି ଲୋକ ଏହି ଚଷମା ଜର୍ମାନୀରେ ତିଆରି ହୋଇଛି ବୋଲି କହୁଥିଲା ବେଳେ ଏହାର ଦାମ୍ ଦେଢ଼ ଲକ୍ଷ ଟଙ୍କା ବୋଲି କହିଛନ୍ତି। ଏବେ ଏହି ଫଟୋ ସବୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Comment